ଭୁବନେଶ୍ୱର: ବଡ଼ଗଡ଼ ଥାନା ଚିଲିପୋଖରୀ ଦୁଃଶାସନ ହତ୍ୟାକାଣ୍ଡ ମାମଲାରେ ବଡ଼ଗଡ଼ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀସାଗର ଥାନା ଅଧୀନ ହଳଦିପଡ଼ିଆ ବସ୍ତିର ଶରତ ଚନ୍ଦ୍ର ଭଗତଙ୍କୁ ମଙ୍ଗଳବାର ଗିରଫ କରିଛି। ଶରତ ଘରେ ଥିବା ଖବର ପାଇ ପୁଲିସ୍ ଆଜି ସକାଳେ ଚଢ଼ଉ କରିଥିଲା। ମାମଲାର ଅନ୍ୟତମ ଅଭିଯୁକ୍ତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଅଛନ୍ତି। ଗତ ୨୮ ତାରିଖ ବିଳମ୍ବିତ ରାତିରେ ଚିଲିପୋଖରୀ ଶିବନଗର ବସ୍ତିର ଦୁଃଶାସନ ମହାନ୍ତି (୬୨)ଙ୍କୁ ସଂଘବଦ୍ଧ ଭାବରେ ହତ୍ୟା କରାଯାଇଥିଲା। ୪ ଜଣ ଯୁବକ ଏକ ଖୋଲା ଜିପ୍ ଯୋଗେ ଆସି ଦୁଃଶାସନଙ୍କ ପୁଅ ଧୀରେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ଗାଡ଼ି ବୁଲାଇବାକୁ ନେଇ ବଚସା ଓ ପରେ ଅଭିଯୁକ୍ତମାନେ ଲୁହା ରଡ୍ରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଦୁଃଶାସନ ଏହି ଆକ୍ରମଣର ଶିକାର ହୋଇଥିଲେ। ଧୀରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ୍ ନିଆ ଯାଇଥିବା ବେଳେ ଦୁଃଶାସନଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ବିକ୍ରମ ପରିଜା ମଧ୍ୟ ଏହି ଖଣ୍ଡଯୁଦ୍ଧରେ ଆହତ ହୋଇଥିଲେ। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଅଭିଯୁକ୍ତମାନେ ଘଟଣାସ୍ଥଳରେ ଛାଡ଼ି ଯାଇଥିବା ଜିପ୍କୁ ବଡ଼ଗଡ଼ ଥାନା ପୁଲିସ୍ ଜବତ କରିଥିଲା। ମୃତକ ଜଣେ ଜାମିନଦାର ଭାବରେ କାମ କରୁଥିବାରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହତ୍ୟା କରାଯାଇଥିବା ନେଇ ଯେଉଁ ସନ୍ଦେହ ଉପୁଜିଥିଲା ତାହା ଠିକ୍ ନୁହେଁ ବୋଲି ବଡ଼ଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ପଦ୍ମନାଭ ପ୍ରଧାନ ସ୍ପଷ୍ଟ କରିଛନ୍ତି। ମୁଖ୍ୟ ଅଭିଯୁକ୍ତକୁ ପଚରାଉଚରା ବେଳେ ପୁଲିସ୍ ଜାଣିବାକୁ ପାଇଛି କି ଗାଡ଼ି ବୁଲାଇବାକୁ ନେଇ ଧୀରେନ୍ଦ୍ରଙ୍କ ସହ ବଚସା ହୋଇଥିଲା। ଅଭିଯୁକ୍ତମାନେ ନିଶାରେ ଥିବାରୁ ଆକ୍ରମଣ କରିଥିଲେ। ଧୀରେନ୍ଦ୍ର ମଧ୍ୟ ନିଜକୁ ବଞ୍ଚାଇବାକୁ ଯାଇ ପ୍ରତି ଆକ୍ରମଣ କରିଥିଲେ। ମଝିରେ ଦୁଃଶାସନ ଆସି ଯାଇଥିବାରୁ ପ୍ରାଣ ହରାଇଥିଲେ। ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଭିଯୁକ୍ତଙ୍କ ନିକଟରେ ପୁଲିସ୍ ପହରା ଦେଉଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ମୋବାଇଲ ଜରିଆରେ ଟ୍ରାକ୍ କରାଯାଉଛି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନାଧିକାରୀ କହିଛନ୍ତି।
ଚିଲିପୋଖରୀ ହତ୍ୟାକାଣ୍ଡ: ମୁଖ୍ୟ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/04/producer-arrested-for-circulating-obscene-clips-644x362.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)