ଏହି କାରଣରୁ ନିଜ ଛୁଆର ହତ୍ୟାକାରୀକୁ ବଞ୍ଚାଇବାକୁ ଚାହୁଁଥିଲା ମା’

ନୂଆଦିଲ୍ଲୀ: ଇଂଲଣ୍ଡର ଜଣେ ମା’ ନିଜ ଛୁଆର ହତ୍ୟାକରୀଙ୍କୁ ବଞ୍ଚାଇବାକୁ ଚାହୁଁଥିଲେ। ଏଥିପାଇଁ ସେ ପୁଲିସକୁ ବାରମ୍ବାର ମିଛ କହି ଆସୁଥିଲେ। ଏହା ଏଥିପାଇଁ କରୁଥିଲେ  କାରଣ ତାଙ୍କ ଛୁଆର ହତ୍ୟାକାରୀ ଆଉ କେହି ନୁହେଁ, ତାଙ୍କ ନିଜ ପ୍ରେମିକ ଥିଲେ। ଉକ୍ତ ମହିଳା ଇଂଲଣ୍ଡର କ୍ୟାମ୍ବ୍ରିଜସାୟରରେ ବସବାସ କରୁଥିବା ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ନିଲିମା (ଛଦ୍ମନାମ)ଙ୍କ ଅଢ଼େଇ ମାସର ପୁଅକୁ ତାଙ୍କ ପ୍ରେମିକ କେନ ମିସେଲ ୨୦୧୯ ନଭେମ୍ବର ମାସରେ  ହତ୍ୟା କରିଥିଲେ। ନିଲିମାଙ୍କ ‌ପ୍ରେମିକ  ପୁଅ ଟେଡିର ମୁଣ୍ଡରେ ଶକ୍ତ ଆଘାତ ଦେବାରୁ ସେ ଗୁରୁତର ଆହତ ହୋଇଥିଲା। ଏହି ସମୟରେ ନିଲିମା କୌଣସି ଏକ କାମରେ ସ୍କୁଲ ଯାଇଥିଲେ। ଯେମିତି ହିଁ ପୁଅର ଏଭଳି ଅବସ୍ଥାର ଖବର ପାଇଥିଲେ। ସେ ତୁରନ୍ତ ଫେରି ଆସିଥିଲେ। କିନ୍ତୁ ପୁଅକୁ ଚିକିତ୍ସାରେ ବିଳମ୍ବ କରି ଦେଇଥିଲେ। ଫଳରେ ଟେଡିର ମୃତ୍ୟୁ ହୋଇଯାଇଥିଲା।

ମୃତ୍ୟୁ ପରେ ଟେଡିର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା। ଏହି ରିପୋର୍ଟରେ ଟେଡିର ମୁଣ୍ଡରେ ଆଘାତ ହେବାରୁ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଘାତ ଲାଗିବା ହେତୁ ଟେଡିରେ ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଦେଇଥିଲା। ଯେଉଁ କାରଣରୁ ତାର ମୃତ୍ୟୁ ହୋଇଯାଇଥିଲା।

ପୁଲିସ ଘଟଣାର ଯାଞ୍ଚ କରି ଟେଡିର ମୃତ୍ୟୁକୁ ନେଇ ନିଲିମାଙ୍କୁ ପଚରାଉଚରା କରିଥିଲା। ପ୍ରେମିକଙ୍କୁ ବଞ୍ଚାଇବାକୁ ଯାଇ  ପ୍ରତିଥର ନିଲିମା ପୁଲିସକୁ ଭିନ୍ନଭିନ୍ନ କଥା କହୁଥିଲେ।  ଏହାପରେ ପୁଲିସକୁ ସନ୍ଦେହ ହୋଇଥିଲା। ପୁଲିସ ଏହି ଘଟଣାର ନିଲିମା ଓ ତାର ପ୍ରେମିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

କୋର୍ଟ ଟେଡିରେ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ନେଇ ନିଲାମାଙ୍କୁ ଦୁଇବର୍ଷ ଜେଲଦଣ୍ଡର ଶୁଣାଣି କରିଥିବା ବେଳେ ତାଙ୍କ ପ୍ରେମିକଙ୍କୁ ଆଜୀବନ ଦଣ୍ଡର ଶୁଣାଣି କରିଛନ୍ତି।

ସମ୍ବନ୍ଧିତ ଖବର