ଯୁବତୀ ମୁଥା ମାରି କାଚ ଭାଙ୍ଗି ଦେବାରୁ ଜରୁରୀକାଳିନ ଅବତରଣ କଲା ବିମାନ

ନୂଆଦିଲ୍ଲୀ: ଚୀନର ଜଣେ ଯୁବତୀ ମୁଥା ମାରି ବିମାନ କାଚ ଭାଙ୍ଗି ଦେବାରୁ ଜରୁରୀକାଳିନ ଅବତରଣ କରିବାକୁ ପଡ଼ିଥିଲା। ଏହି ଘଟଣା ଗତ ମାସରେ ଚୀନର ଏକ ଘରୋଇ ଲୁଙ୍ଗା ଏୟାରଲାଇନ୍ସ ବିମାନର ଯାତ୍ରା ସମୟରେ ଘଟିଥିଲା।

ଅଧିକାରୀଙ୍କ କହିବାନୁସାରେ, ୨୯ବର୍ଷୀୟ ଲି  ମେ୨୫ ତାରିଖରେ ବିମାନରେ ଯାତ୍ରା କରୁଥିଲେ। ଏହି ଯାତ୍ରା ସମୟରେ ସେ ମାନସିକ ଭାରସାମ୍ୟ ହରାଇ ଦେଇଥିଲେ। ସିଟ୍‌ରେ ବସି ଜୋରଜୋରରେ କାନ୍ଦିବାକୁ ଲାଗିଥିଲେ। ଏହାପରେ ସେ ସିଟ୍‌ରେ ବସି ଝରକାକୁ ମୁଖି ମାରିବା ଆରମ୍ଭ କରି ଦେଇଥିଲେ। କେବିନ୍‌ କ୍ରୁ ଓ ଅନ୍ୟ ସଦସ୍ୟ ଯୁବତୀଙ୍କୁ ଅଟକାଇବା ପାଇଁ ବହୁ ଚେଷ୍ଟା କରିଥିଲେ।  କିନ୍ତୁ ସେ ସେତେବେଳକୁ ଝରକାର କାଚକୁ ଭାଙ୍ଗି ଦେଇଥିଲେ।

ଉକ୍ତ ବିମାନଟି ପୂର୍ବ ଚୀନର ୟାନଚେଙ୍ଗରୁ ଚିନିଙ୍ଗ ପର୍ଯ୍ୟନ୍ତ ଯାତ୍ରା କରିବାର ଥିଲା। ଲି ରାଗରେ ବିମାନ ଝରକା ଭାଙ୍ଗି ଦେବା ପରେ ପାଇଲଟ ଦେଶର ହେନାନା ପ୍ରାନ୍ତର ରାଜଧାନୀ ଝେଙ୍ଗଝୋରେ ଜରୁରୀକାଳିନ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ।

bb5v20h
https://khabar.ndtv.com/

ଝେଙ୍ଗଝୋର ପୁଲିସର କହିବାନୁସାରେ, ଉକ୍ତ ଯୁବତୀ ଜଣଙ୍କ ତାଙ୍କ ପ୍ରେମିକଠାରୁ ପ୍ରତାରିତ ହୋଇଥିଲେ। ସେଥିପାଇଁ ତାଙ୍କର ମାନସିକ ଭାରସାମ୍ୟ ଠିକ୍‌ ନଥିଲା। ବିମାନରେ ବସିବା ପରଠାରୁ ସେ ଅସ୍ୱାଭାବିକ ଆଚରଣ କରୁଥିଲେ। ଏଥିସହିତ ସେ ବିମାନରେ ଚଢ଼ିବା ପୂର୍ବରୁ ଏକ ଲିଟର ‘ବାଇଜି’ ପିଇଥିବା ଜଣାପଡ଼ିଥିଲା। ବାଇଜି ଏମିତି ଏକ ପାନୀୟ ଯେଉଁଥିରେ ୩୫ରୁ ୬୦ ପ୍ରତିଶତ ଅଲକହଲ ମାତ୍ରା ରହିଥାଏ। ସୌଭାଗ୍ୟବଶତଃ ଏହି ଘଟଣାରେ କାହାକୁ କିଛି ଆଘାତ ହୋଇନାହିଁ। ବିମାନବନ୍ଦରରେ ବିମାନ ଓହ୍ଲାଇବା ପରେ ଝେଙ୍ଗଝୋରରୁ ଉକ୍ତ ଯୁବତୀଙ୍କୁ ପୁଲିସ ଗିରଫ କରି ନେଇଥିଲା।

ସମ୍ବନ୍ଧିତ ଖବର