ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୁକ୍ତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ ସୋମବାର ସଞ୍ଜୟ ଗାନ୍ଧୀ ପୋଷ୍ଟ୍‍ ଗ୍ରାଜୁଏଟ୍‌ ଇନ୍‌ଷ୍ଟିଟ୍ଵିଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(ଏସ୍‌ଜିପିଜିଆଇ)ରୁ ସୁସ୍ଥ ହୋଇ ପୁଣି ଥରେ ଶାହାଜନପୁରର ଜିଲ୍ଲା ଜେଲ୍‌କୁ ଫେରିଛନ୍ତି।

Advertisment

ସେପ୍ଟେମ୍ବର ୨୦ ତାରିଖରେ ସେ ଗିରଫ ହେବା ପରେ ମାତ୍ର ଦୁଇ ଦିନ ମଧ୍ୟରେ ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଚିନ୍ମୟାନନ୍ଦ। ଉଚ୍ଚ ରକ୍ତଚାପ ଓ ତାଙ୍କ ଛାତିରେ ହେଉଥିବା ଯନ୍ତ୍ରଣା ପାଇଁ ତାଙ୍କୁ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ରଖା ଯାଇଥିଲା।

ଉଲ୍ଳେଖଯୋଗ୍ୟ, ଉତ୍ତରପ୍ରଦେଶର ଆଇନ୍‌ ଛାତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା। ଚିନ୍ମୟାନନ୍ଦଙ୍କ ସମେତ ଗତ ସପ୍ତାହରେ ପୁଲିସ୍‌ ଉକ୍ତ ଆଇନ୍‌ ଛାତ୍ରୀଙ୍କୁ ଗିରଫ କରି ମଧ୍ୟ ପଚରାଉଚରା କରିଥିଲା। ନିକଟରେ ଚିନ୍ମୟାନନ୍ଦ ଶାହାଜନପୁରର ଜିଲ୍ଲା ଅଦାଲତରେ ତାଙ୍କର ଜାମିନ୍‌ ପାଇଁ ଆବେଦନ କରିଥିଲେ। ମାତ୍ର ଅଦାଲତ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଥିବା ସୂଚନା ରହିଛି।