ଲୋକମାନଙ୍କୁ ମିଛ କହିି ସେମାନଙ୍କ ଠାରୁ ଟଙ୍କା ଠକି ନେଉଥିବା ଅପରାଧି ଗିରଫ, ଚୋର ଶରୀରର ଏହି ଅଙ୍ଗ ପାଇଁ ସହଜରେ ଧରି ନେଇଥିଲା ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ମୋଟୁପତ୍‌ଲୁ ଚୋରଙ୍କର କାରନାମା ସାମ୍ନାକୁ ଆସିଛି । ଏହି ଦୁଇ ଅଭିଯୁକ୍ତ ଜଣେ ବ୍ୟବସାୟୀଙ୍କୁ ମିଛ କହି ଦେଢ଼ ଲକ୍ଷ ଟଙ୍କା ଦେବା କଥା କହୁଥିଲେ । କିନ୍ତୁ ବ୍ୟବସାୟୀଙ୍କୁ ଦୁଇ ଜଣଙ୍କ କଥାକୁ ନେଇ ସନ୍ଦେହ ହେବାରୁ ସେ ପୁଲିସକୁ ସୂଚନା ଦେଇଥିଲେ । ପରେ ବ୍ୟବସାୟୀ ତାଙ୍କ ଅସଲ ଚେହେରା ଜାଣି ପାରିଥିବା ଜାଣି ଦୁଇ ଚୋର ଖସିଯିବାକୁ ବସିଥିଲେ । ଦୁଇ ଜଣଙ୍କ ମଧ୍ୟରେ ଜଣେ ପତଳା ଥିବାରୁ ସେ ଖସି ପଳାଇଥିବା ବେଳେ ଅନ୍ୟ ଚୋରଟିର ପେଟ ବଡ଼ ଥିବାରୁ ସେ ଖସି ଯାଇ ପାରି ନଥିଲା । ଠିକ୍‌ ସମୟରେ ପୁଲିସ ପହଞ୍ଚିବାରୁ ଚୋରଟିକୁ ଗିରଫ କରିଥିଲା ।

Live Cities

ଗିରଫ ପରେ ପଚରା ଉଚରା କରିବା ସହ ବ୍ୟବସାୟୀଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବା ପାଇଁ ଆଣିଥିବା ବାକ୍ସ ଖୋଲା ଯାଇଥିଲା । ବାକ୍ସ ଖୋଲିବା ପରେ ଭିତରେ କିଛି ଅସଲି ନୋଟ୍‌ ଥିବା ସହ ବାକି ସବୁ ସାଧା କାଗଜ ଥିବା ଦେଖା ଯାଇଥିଲା । ଏବେ ପୁଲିସ ଦ୍ୱିତୀୟ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର