ନୂଆଦିଲ୍ଲୀ: ପ୍ରେମ ଧନୀ-ଗରିବ, ଜାତି-ଅଜାତି, ସମୟ-କାଳ କିଛି ଦେଖେ ନାହିଁ। ରାଜସ୍ଥାନର ଚୁରୁରୁ ଏମିତି ଏକ ସମାନ  ଘଟଣା ସାମ୍ନାକୁ ଆସିଛି। 

Advertisment

ଚୁରୁର ସରକାରୀ ଭରତିୟା ହସ୍ପିଟାଲର ତାଲିମପ୍ରାପ୍ତ ନର୍ସ ମିତେଶ କୁମାରୀ ହସ୍ପିଟାଲରେ ସେବା କରୁଥିବା ସମୟରେ ରୋଗୀ ବିଜୟଙ୍କ ପ୍ରେମରେ ପଡ଼ି ବିବାହ କରିଥିଲେ। ଏହି ବିବାହ ପରେ ମିତେଶ ଓ ବିଜୟଙ୍କୁ ପରିବାର ପକ୍ଷରୁ ଧମକ ମିଳୁଛି। ତେଣୁ ଦୁହେଁ ସେମାନଙ୍କ ସୁରକ୍ଷା ପାଇଁ ଏସପି କାର୍ଯ୍ୟାଳୟରେ ପହଞ୍ଚି ସୁରକ୍ଷା ଦାବି କରିଛନ୍ତି।

ବିବାହ ପରେ ମିଳୁଥିବା ଧମକକୁ ନେଇ ମିତେଶ କୁମାରୀ କହିଛନ୍ତି, ‘ନର୍ସ ଭାବେ ତାମିଲ ନେଉଥିବା ସମୟରେ ହସ୍ପିଟାଲରେ ରୋଗୀ ବିଜୟଙ୍କୁ କେତେବେଳେ ଯେ ଭଲ ପାଇ ବସିଥିଲି ସେ କଥା ମୁଁ ନିଜେ ବି ଜାଣି ପାରି ନଥିଲି।

ବିଜୟ ସୁସ୍ଥ ହେବାପରେ ତାଙ୍କୁ ହସ୍ପିଟାଲରୁ ଛୁଟି ମିଳି ଯାଇଥିଲା। ସେ ସମୟରେ ମୁଁ ତାଙ୍କୁ ମୋର ପ୍ରେମ ପ୍ରସ୍ତାବ ଦେଇଥିଲି। ସେ ବି ମୋ ପ୍ରସ୍ତାବରେ ରାଜି ହୋଇଯାଇଥିଲେ।  ପରେ ଆମେ ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲୁ। କିନ୍ତୁ ପରିବାରଲୋକ ଆମ ପ୍ରସ୍ତାବରେ ରାଜି ହୋଇ ନଥିଲେ। କାରଣ ସେମାନେ ମୋ ପାଇଁ ସରକାରୀ ଚାକିରିଆ ବର ଖୋଜୁଥିଲେ।

କିଛିଦିନ ଗଲା ପରେ ସେମାନେ ମୋର ବିବାହ ଅନ୍ୟତ୍ର ଠିକ କରି ଦେଇଥିଲେ। ତେଣୁ ମୁଁ ଘରେ କାହାକୁ କିଛି ନଜଣାଇ ଫେରାର ହୋଇଯାଇଥିଲି। ଆଉ ଏକ ମନ୍ଦିରରେ ବିଜୟଙ୍କୁ ବିବାହ କରିଥିଲି। ଏହି ବିବାହ ଖବର ଘରରଲୋକଙ୍କ ପାଖରେ ପହଞ୍ଚି ଯିବା ପରେ ଏବେ ସେମାନେ ଆମକୁ ଅଲଗା ହେବା ପାଇଁ ଧମକ ଦେଇ ଚାଲିଛନ୍ତି।