ନୂଆଦିଲ୍ଲୀ: ସମସ୍ତେ ଜାଣିଛନ୍ତି ଧୂମପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହି କଥା ସିଗାରେଟ୍, ତମାଖୁ ପ୍ୟାକେଟରେ ମଧ୍ୟ ଲେଖା ହୋଇଥାଏ। ତଥାପି ଲୋକମାନେ ଏହାକୁ ଖାତିର ନକରି ସେବନ କରିଥାଆନ୍ତି। ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଏବଂ ଆଇନଗତ ଚେତାବନୀ ସ‌ତ୍ତ୍ବେ ଲୋକମାନେ ତମାଖୁ ଖାଉଛନ୍ତି। ଏହି ଧୂମପାନ ଓ ତମାଖୁ ଅଭ୍ୟାସ ଦ୍ବାରା ଅନେକ ଲୋକ ଏହାର ପରିଣାମ ବି ଭୋଗ କରୁଛନ୍ତି।

Advertisment

କେବଳ ଏତିକି ନୁହେଁ, କିଛି ଲୋକ ଧୂମପାନ କରିବା ପରେ ସିଗାରେଟର ଜଳୁଥିବା ଗୁଣ୍ଡକୁ ‌ଯେକୌଣସି ସ୍ଥାନରେ ଫୋପାଡି ଦିଅନ୍ତି, ଯେଉଁ କାରଣରୁ ଅନେକ ଥର ଦୁର୍ଘଟଣା ଘଟିଥିବା ଖବର ବି ସାମ୍ନାକୁ ଆସିଛି। ଏମିତି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

View this post on Instagram

A post shared by Meme wala (@memewalanews)

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ଧୂମପାନ କରିବା ପରେ ସିଗାରେଟର ଜ୍ୱଳନ୍ତ ଗୁଣ୍ଡକୁ ସେ ଛିଡ଼ା ‌ହୋଇଥିବା ସ୍ଥାନରେ ଥିବା ଏକ ଛୋଟ ଗାଢ଼ାରେ ଫିଙ୍ଗି ଦେଉଛନ୍ତି। ସେ ଯେମିତି ହିଁ ସିଗାରେଟକୁ ଫିଙ୍ଗିଛନ୍ତି ସଙ୍ଗେ ସଙ୍ଗେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଭୂମି ତଳକୁ ଦୁଇ-ତିନି ଫୁଟ ଗାଢ଼ା ହୋଇଯାଇଥିଲା। ଏହି ଘଟଣା ପରେ ସିଗାରେଟ ଫିଙ୍ଗିଥିବା ବ୍ୟକ୍ତି ଜଣକ ଗୁରୁତର ଆହତ ‌ହୋଇ ଚଟାଣ ଉପରେ ପଡ଼ିଥିବା ଦେଖିବାକୁ ମିଳୁଛି। କୁହାଯାଉଛି କି ବ୍ୟକ୍ତି ଜଣକ ଯେଉଁସ୍ଥାନରେ ସିଗାରେଟର ଜଳିବା ଅଂଶ ପିଙ୍ଗିଥିଲେ ସେଠାରେ ବୋଧହୁଏ ଗ୍ୟାସ ପାଇପ ଲାଇନ ଯାଇଥିଲା। ଆଉ ଏହି ଗ୍ୟାସ ପାଇପ ଲାଇନ ଲିକ ଥିଲା। ‌ତେଣୁ ଏଭଳି ବିସ୍ଫୋରଣ ହୋଇଥିଲା।