୧୦ମ ଶ୍ରେଣୀ ଛାତ୍ର ବଡ଼ ଭଉଣୀର ପ୍ରେମିକକୁ ଗଳାକାଟି ହତ୍ୟା କଲା

ବାବୁଆ: ଗୁରୁବାର ରାତିରେ ଦକ୍ଷିଣ ପଶ୍ଚିମ ବିହାରରେ କାୟକୁର ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ବଡ଼ ଭଉଣୀକୁ ତାର ପ୍ରେମିକ ସହ ଅଶାଳୀନ ଅବସ୍ଥାରେ ଦେଖି ସାନ ଭାଇ ଏଥିରେ ଉତ୍‌କ୍ଷିପ୍ତ ହୋଇ ଭଉଣୀର ପ୍ରେମିକଙ୍କୁ ହତ୍ୟା କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। କେବଳ ଏତିକି ନୁହେଁ ଭଉଣୀର ପ୍ରେମିକଙ୍କୁ ହତ୍ୟା କରିବା ପରେ କାୟମୁର ଜିଲ୍ଲାଠାରୁ ୧୮୦କିମି ଦୂରରେ ଥିବା ଦକ୍ଷିଣ ପାଟନା ବାବୁଆ ମୁଖ୍ୟ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା ହତ୍ୟାକାରୀ।

 

ସାଙ୍କେତିକ ଫଟୋ

ପୁଲିସରେ ଆତ୍ମସପର୍ମଣ କରିଥିବା ନାବାଳକ ହତ୍ୟାକାରୀଙ୍କ କହିବାନୁସାରେ, ସୋନୁ ନୋନିୟାନ୍‌ ବୟସ ୨୨ବର୍ଷ। ସୋନୁ ତାର ଜେଜେବାପାଙ୍କ ସହିତ ଆମ ଘର ଅକ୍ଷାଲାସପୁରରେ ଭଡ଼ା ନେଇ ରହୁଥିଲେ। କିଛିଦିନ ରହିବା ପରେ ସୋନୁ ଓ ତାର ଜେଜେବାପା ଆମ ପରିବାର ଲୋକଙ୍କ ସହିତ ଗୋଟିଏ ପରିବାର ଭଳି ରହିଆସୁଥିଲେ। ଧୀରେଧୀରେ ମୋର ବଡ଼ଭଉଣୀ ଓ ସୋନୁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁହିଁଙ୍କ ଏହି ପ୍ରେମସମ୍ପର୍କ ବିଷୟରେ ଆମ ଘର ଲୋକ କିଛି ଜାଣି ନଥିଲେ। ତେବେ ବିଭିନ୍ନ ସମୟରେ ସୋନୁ ଓ ମୋର ବଡ଼ ଭଉଣୀଙ୍କୁ ମୁଁ ଏକାଠି କଥା ହେବାର ଦେଖିଥିଲି। ମୁଁ ଭାବିଲି ବୋଧ ହୁଏ ସେମାନେ ସାଙ୍ଗ ଭାବେ କଥା ହେଉଛନ୍ତି। ଏହାଛଡ଼ା ସୋନୁ ଓ ବଡ଼ଭଉଣୀଙ୍କୁ ଗ୍ରାମବାସୀ ବିଭିନ୍ନ ସମୟରେ ଏକାଠି ନିଛାଟିଆ ସ୍ଥାନରେ ଗପସପ ହେବାର ଦେଖିବା ପରେ ସେମାନେ ଆସି ଘରେ କହିଥିଲେ। ଏହାପରେ ପରିବାର ଲୋକଙ୍କ ସନ୍ଦେହ କରିବା ଆରମ୍ଭ କରିଥିଲେ। ସୋନୁ ସହିତ ଭଉଣୀକୁ ମିଳାମିଶା କରିବା ପାଇଁ ବାରଣ କରିଥିଲେ, ହେଲେ ମୋର ଭଉଣୀ ପରିବାର ଲୋକଙ୍କ କଥାକୁ ଖାତିର ନକରି ସୋନୁ ସହିତ ସମ୍ପର୍କ ରଖିଥିଲା। ଏହାକୁ ନେଇ ଗାଁ ଲୋକ ଅନେକ ଟାହିଟାପରା ମଧ୍ୟ କରୁଥିଲା।

 ଏଭଳି ପରିସ୍ଥିତି ଦେଖି ମୋତେ କିଛି ଭଲ ଲାଗୁ ନଥିଲା। ବଡ଼ ଭଉଣୀ ହୋଇଥିବାରୁ ମୁଁ ଜୋର କରି କରିଛି କହି ପାରୁ ନଥିଲି। ଏକଦା ସୋନୁ ସହିତ ମୋର ବଡ଼ ଭଉଣୀଙ୍କୁ ଅଶାଳୀନ ଅବସ୍ଥାରେ ଦେଖିବା ପରେ କ’ଣ କରିବି କିଛି ବୁଝି ବିଚାରି ପାରି ନଥିଲା। ଏହି ଘଟଣା ସମ୍ପର୍କରେ ମୋର ପରିବା ଲୋକଙ୍କୁ ବି ଜଣାଇଥିଲି। ହେଲେ ବି ମୋର ରାଗକୁ ମୁଁ ଶାନ୍ତ କରି ପାରି ନଥିଲି। ଶେଷରେ ମୁଁ ସୋନୁକୁ ହତ୍ୟା କରିବା ପାଇଁ ସ୍ଥିର କରିଥିଲି। ଆଉ ଗୁରୁବାର ରାତିରେ ସୋନୁ ଯେତେବେଳେ ପମ୍ପ ହାଉସ୍‌ ନିକରେ ବସି କାର୍ଡ ଖେଳୁଥିବା ହଠାତ୍‌ ମୁଁ ତାକୁ ସେଠାରୁ ଡାକି ଆଣି ତାର ଗଳା କାଟି ହତ୍ୟା କରିଥିଲି।’

 

କାୟମୁର ପୁଲିସ ଏସ୍‌ପି ହର୍‌ପ୍ରୀତ କୌରଙ୍କ କହିବାନୁସାରେ, ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ହତ୍ୟାକାରୀଙ୍କୁ ଗରଫ କରାଯାଇଛି। ମୃତ ସୋନୁଙ୍କ ଜେଜେବାପା ମହାଗୁ ନୋନିୟାନ୍‌, ତା’ରପିତା-ମାତା ଓ ପରିବାର ଅନ୍ୟ ଦୁଇଜଣ ସଦସ୍ୟ ଚିନ୍ତି ଗୋଣ୍ଡା ଓ ଶେଖର ନୋନିୟାନ୍‌ ସୋନୁଙ୍କୁ ହତ୍ୟା କରାଯିବା ନେଇ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରି ହତ୍ୟାକାରୀଙ୍କୁ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି। ପୁଲିସ ମୁଖ୍ୟ ହତ୍ୟାକାରୀଙ୍କୁ ଗିରଫ କରିବା ସହିତ ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧିତ ଖବର