ସୁଶାନ୍ତ ଜୀବନ ହାରି ପାରିଲେ ମୁଁ କାହିଁକି ନୁହେଁ ? ଏପରି ଲେଖି ଆତ୍ମହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର

ଲକ୍ଷ୍ମୌ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ଖବର ସମଗ୍ର ଦେଶକୁ ସ୍ତବ୍ଧ କରି ଦେଇଛି। ଲୋକମାନେ ପ୍ରଶ୍ନ କରୁଛନ୍ତି କି ସୁଶାନ୍ତ ଭଲ ମଣିଷଟିଏ ଥିଲେ, ସବୁବେଳେ ଅନ୍ୟମାନଙ୍କୁ ପ୍ରେରଣା ଦେଇ ଆସୁଥିବା ମଣିଷ ଏପରି ଚରମ ପଦକ୍ଷେପ କାହିଁକି ନେଲେ? ଏହି କ୍ରମରେ ଉତ୍ତରପ୍ରଦେଶ ବରେଲିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ୧୦ମ ଶ୍ରେଣୀ ଛାତ୍ର ସୁଶାନ୍ତଙ୍କ ସିଂହଙ୍କ ଆତ୍ମହତ୍ୟା ଖବର ଟିଭିରୁ ଶୁଣିବା ପରେ ନିଜ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରି ଦେବା ଖବର ଏବେ ଆଲୋଡନ ସୃଷ୍ଟି କରିଛି।

Expelled for 'cheating', Assam Class X girl commits suicide ...

ଛାତ୍ର ଜଣକ ମୃତ୍ୟୁ ପୂର୍ବରୁ ଏକ ସୁସାଇଡ ନୋଟ ବି ଲେଖି ଯାଇଛନ୍ତି, ଯାହାକୁ ପୁଲିସ ଜବତ କରିଛି। ଜବତ ହୋଇଥିବା ସୁସାଇଡ ନୋଟରେ ଛାତ୍ର ଜଣକ ଲେଖିଛନ୍ତି, ମୋ ଠାରେ କିନ୍ନରଙ୍କ ଭଳି ଲକ୍ଷଣ ଥିଲା। ମୋର ଚେହେରା ଯୁବତୀମାନଙ୍କ ଭଳି ଦେଖା ଯାଉଥିବାରୁ ଅନେକ ଲୋକ ମୋତେ ଥଟ୍ଟା ପରିହାସ କରିଥାଆନ୍ତି। ଯଦି ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ପାରନ୍ତି, ତେବେ ମୁଁ କାହିଁକି କରି ପାରିବି ନାହିଁ। ଯଦି ମୁଁ ଆତ୍ମହତ୍ୟା ନ କରେ ତେବେ ଆଗକୁ ମୋର କିନ୍ନର ଲକ୍ଷଣ ପାଇଁ ମୋ ବାପାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିବ। ଏଥିସହିତ ବାପା ମୋର ଅନ୍ତିମ ସଂସ୍କାରରେ ଏମିତି ସବୁଲୋକମାନଙ୍କୁ ଡାକିବ ଯେଉଁମାନେ ମୋତେ ଘୃଣା କରୁଥିଲେ। ଆତ୍ମହତ୍ୟା ପାଇଁ ମୁଁ କାହାରିକୁ ଦାୟୀ କରୁ ନାହିଁ।’

Noida Wife Commits Suicide After Her Husband Unable To Come From ...

ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ମା’ଙ୍କର ପୂର୍ବରୁ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ବାପା ମୋବାଇଲ୍‌ ସଜାଡ଼ିବା କାମ କରିଥାଆନ୍ତି। ପୁଅର ଆତ୍ମହତ୍ୟା ପରେ ଛାତ୍ରଙ୍କ ପିତା ପାଗଳପ୍ରାୟ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର