ଜନ୍ମଦିନ ପାଳନ କରିବାକୁ ଡାକିନେଇ ଦ୍ୱାଦଶଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ସୋନାରପୁର (ପଶ୍ଚିମବଙ୍ଗ): ଜନ୍ମଦିନ ପାଳନ କରିବାକୁ ଜଣେ ବନ୍ଧୁଙ୍କ ଘରକୁ ଯାଇଥିବା ବେଳେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଗଣଦଷ୍କର୍ମର ଶିକାର ହୋଇଛନ୍ତି । ଯୁବତୀଙ୍କୁ ପାନୀୟରେ ନିଶା ଦେଇ ଚାରିଜଣ ଯୁବକ ତାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି । ଏହି ଅଭିଯୋଗରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜୁଛି ପୋଲିସ ।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏହି ଘଟଣାଟି ମଙ୍ଗଳବାର ରାତିରେ ଘଟିଥିଲା । ପୀଡ଼ିତାଙ୍କ ପ୍ରେମିକ ଘରେ କେହି ନାହାନ୍ତି କହି ତାଙ୍କୁ ନିଜ ଘରକୁ ଡ଼ାକିଥିଲେ । ସେଠି ପହଞ୍ଚିବା ପରେ ସେଠାରେ ଅଭିଯୁକ୍ତଙ୍କର ଅନ୍ୟ ତିନି ଜଣ ସାଙ୍ଗ ମଧ୍ୟ ଉପସ୍ଥିତ ଥିଲେ । ଜନ୍ମଦିନ ପାଳନ କରିବା ବାହାନାରେ ସେମାନେ ପୀଡ଼ିତାଙ୍କୁ ମଦରେ ଡ଼୍ରଗ୍ସ ମିଶାଇ ପିଇବାକୁ ଦେଇଥିଲେ । ତାକୁ ପିଇ ପୀଡ଼ିତା ଜଣଙ୍କ ଅଚେତ୍‌ ହୋଇଯିବା ପରେ ୪ଜଣ ମିଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

SabrangIndia

ଦୁଷ୍କର୍ମ ପରେ ତାଙ୍କୁ ଜୀବନରୁ ମାରିବାକୁ ଅଭିଯୁକ୍ତମାନେ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ । ପୀଡ଼ିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖି ପରିବାର ଲୋକେ ତାଙ୍କ ଘରେ ଜଣାଇବା ସହ ତାଙ୍କର ଆକ୍ସିଡ଼େଣ୍ଟ ହୋଇ ଯାଇଛି ବୋଲି କହିଥିଲେ । ପୀଡ଼ିତାଙ୍କ ପରିବାର ଲୋକେ ସେଠି ପହଞ୍ଚିବା ପରେ ଏହା ଦୁର୍ଘଟଣା ନୁହେଁ ବୋଲି ସନ୍ଦେହ କରି ପୋଲିସରେ ଏତଲା ଦେଇଥିଲେ । ଏହା ସହ ପୀଡ଼ିତାଙ୍କୁ ସିଟି ହସ୍ପିଟାଲ ନିଆ ଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ୩ଜଣଙ୍କୁ ଗିରଫ କରିବା ସହ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର