ବିଶ୍ୱାସରେ ବିଷ ! ମୃଦୁପାନୀୟରେ ନିଶା ଦେଇ ଦୁଷ୍କର୍ମ କଲା ସାଙ୍ଗର ପ୍ରେମିକ

ସୋନିପତ : ହରିୟାଣାର ସୋନିପତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଯୁବତୀଙ୍କ ପାଇଁ ସାଙ୍ଗମାନଙ୍କୁ ବିଶ୍ୱାସ କରିବା କାଳ ହୋଇଛି । ଯାହାକୁ ସେ ନିଜର ଭଲ ବନ୍ଧୁ ବୋଲି ଭାବୁଥିଲେ ସେମାନେ ହିଁ ତାଙ୍କ ସହ ଦୁଷ୍କର୍ମ କରିବେ, ତାହା କେବେ କଳ୍ପନା କରି ନଥିଲେ ପୀଡ଼ିତା । ଘଟଣା ପରେ ମଧ୍ୟ ଏହାକୁ ପୀଡ଼ିତା ଗ୍ରହଣ କରି ପାରୁ ନ ଥିବା ଜଣା ପଡ଼ିଛି ।

malaysiantalk.com

ପୁଲିସର ସୂଚନା ମୁତାବକ, ଜୁଲାଇ ୧୮ରେ ପୀଡ଼ିତା ଔଷଧ ଏବଂ ବହି କିଣିବା ପାଇଁ ସୋନିପତ ଯାଇଥିଲେ । କିଣା ସରିବା ପରେ ସେ ନିଜ ସାଙ୍ଗକୁ ଫୋନ କରି ଭେଟିବାକୁ ଚାହୁଁଥିବା କହିଥିଲେ । ସାଙ୍ଗଜଣଙ୍କ ନିଜ ପ୍ରେମିକ ବିକାଶଙ୍କ ନମ୍ବର ଦେବା ସହ ସେ ତୁମକୁ ଆଣି ଆମମାନଙ୍କ ପାଖରେ ଛାଡ଼ିବେ ବୋଲି ପୀଡ଼ିତାଙ୍କୁ କହିଥିଲେ । ବିକାଶ କାର୍‌ ଯୋଗେ ଆସି ପୀଡ଼ିତାଙ୍କୁ ନେବା ସହ ଅଧ ବାଟରେ ତାଙ୍କୁ ନିଶା ମିଶିଥିବା ମୃଦୁପାନୀୟ ପିଇବାକୁ ଦେଇଥିଲେ । ପୀଡ଼ିତା ଅଚେତ ହେବା ପରେ କାର୍‌ ମଧ୍ୟରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବିକାଶ ।

ଏହା ପରେ ପୂର୍ବ ଯୋଜନା ମୁତାବକ ସେ ପୀଡ଼ିତାଙ୍କୁ ନେଇ ତାଙ୍କ ସାଙ୍ଗମାନଙ୍କ ପାଖରେ ଛାଡ଼ିବା ପରିବର୍ତ୍ତେ ନିଜ ସାଙ୍ଗମାନଙ୍କ ପାଖରେ ଛାଡ଼ି ଦେଇଥିଲେ । ନିଜ ମାନବିକତା ଭୁଲି ବିକାଶର ସାଙ୍ଗମାନେ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । ଏବେ ଏ ନେଇ ଏତଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର