ଦଶମ ଶ୍ରେଣୀ ପିଲା ସହ ମାଡ଼ଗୋଳ କରି ଚତୁର୍ଥ ଶ୍ରେଣୀ ପିଲାର ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାର ଖାମ୍ମାମ ଜିଲ୍ଲାରେ ଜଣେ ୧୦ମ ଶ୍ରେଣୀ ଛାତ୍ର ସହ ଜଣେ ୪ର୍ଥ ଶ୍ରେଣୀ ଛାତ୍ର ମାଡ଼ଗୋଳ କରି ମୃତ୍ୟୁ ବରଣ କରିଥିବା କଥା ପୁଲିସ ବୁଧବାର ଦିନ କହିଛି।

ହାଇଦ୍ରାବାଦ ଠାରୁ ପ୍ରାୟ ୨୦୦ କିଲୋମିଟର ଦୂର ଖାମ୍ମାମ୍‌ ସହର ଠାରେ ଥିବା ସରକାରୀ ଜନଜାତି ମଙ୍ଗଳ ଆବାସିକ ବିଦ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟାରେ ୪ର୍ଥ ଶ୍ରେଣୀ ଛାତ୍ର ୯ ବର୍ଷିୟ ଡି. ଜୋସେଫଙ୍କ ଶବ ଲହୁଲୁହାଣ ହୋଇ ପଡ଼ିଥିବା ଦେଖାଯାଇଥିଲା।

ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜଣେ ୧୫ ବର୍ଷିୟ ବରିଷ୍ଠ ଛାତ୍ରଙ୍କ ସହ ମାଡ଼ଗୋଳ କରିବା ସମୟରେ ବାଳକଟିର ମୃତ୍ୟୁ ଘଟିଛି।
ଅଭିଯୁକ୍ତ ବାଳକ ଜୋସେଫର ମୁଣ୍ଡ ଏବଂ ଶରୀର ଅନ୍ୟ ଅଂଶକୁ ଗୋଟାଏ ଦସ୍ତା ବାକ୍ସ ଆଘାତ କରିବାରୁ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ହୋଇଯାଇଛି।

ଆବାସିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ଯାଏଁ ଥିବାରୁ ଅଭିଯୁକ୍ତ ଛାତ୍ର ଏକ ଘରୋଇ ବିଦ୍ୟାଳୟରେ ପଢୁଥିଲା, କିନ୍ତୁ ଆବାସିକ ବିଦ୍ୟାଳୟ ପରିସରରେ ରହୁଥିଲା।

ସକାଳେ ଦୁଇ ଛାତ୍ର ସାଇକେଲ୍‌ ଚଳାଇ ସହରରେ ବୁଲିଥିବା କଥା କୁହାଯାଉଛି।

ଛାତ୍ରାବାସକୁ ଫେରିବା ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବାଡ଼ାପିଟା ହୋଇଥିଲା। ବରିଷ୍ଠ ଛାତ୍ରଜଣକ କନିଷ୍ଠ ଛାତ୍ରକୁ ନିସ୍ତୁକ ମାଡ଼ ଦେବାରୁ ତା’ର ମୃତ୍ୟୁ ଘଟିଛି।

ମୃତ ଛାତ୍ରର ଆତ୍ମୀୟ ଏବଂ ଛାତ୍ରର ଦଳର ନେତାମାନେ ଆବାସିକ ବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିବାରୁ ସମ୍ପୃକ୍ତ ଅଞ୍ଚଳ ଉତ୍ତେଜନାମୟ ହୋଇଉଠିଥିଲା।

ଜୋସେଫର ଶବକୁ ବ୍ୟବଚ୍ଛେଦ ପାଇଁ ନେଇ ପୁଲିସ ଘଟନାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର