ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରି ଜିଅନ୍ତା ଜାଳିଦେଲେ ୩ ସହପାଠୀ

ଗୋହ୍ଵାଟୀ : ଆସାମର ନଗାଓଁରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ଜିଅନ୍ତା ଜାଳି ଦିଅାଯାଇଛି। ପ୍ରଥମେ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରିବା ସହ ପରେ ତାଙ୍କ ଦେହରେ କେରୋସିନ ଢ଼ାଳି ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ପୀଡ଼ତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ଡ଼ାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କ ଶରୀର ପ୍ରାୟ ୯୫ ପ୍ରତିଶତ ଜଳି ଯାଇଥିଲା। ଅନ୍ୟ ପକ୍ଷରେ ଏ ନେଇ ପୁଲିସକୁ ସୂଚନା ଦିଆ ଯାଇଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ପୀଡ଼ିତା ଜଣଙ୍କ ଶୁକ୍ରବାର ଘରେ ଏକା ଥିଲେ । ତାଙ୍କ ମାତା-ପିତା କୌଣସି କାମରେ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ନଗାଓ ଜିଲ୍ଳାର ଲାଲୁନ୍‌ଗାଓଁର ୩ଜଣ ନାବାଳକ ତାଙ୍କ ଘରେ ଆସି ପହଞ୍ଚିଥିଲେ । କିଛି ସମୟ କଥା ହେବା ପରେ ସେମାନେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି କଥା ଚାରିଆଡ଼େ ପ୍ରଚାର ହୋଇଯିବା ଭୟରେ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଦେହରେ କେରୋସିନ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଚିତ୍କାର ଶୁଣି ପଡ଼ୋଶୀ ଏବଂ ପରିବାର ଲୋକେ ଆସି ପୀଡ଼ିତାଙ୍କୁ ଗୋହ୍ଵାଟି ଡ଼ାକ୍ତରଖାନାକୁ ନେଇ ଯାଇଥିଲେ।

ପୁଲିସକୁ ଏ ନେଇ ସୂଚନା ଦିଆଯିବା ପରେ ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା ପୁଲିସ । ତାଙ୍କର୩ଜଣ ସହପାଠୀ ଦୁଷ୍କର୍ମ କରି ଜିଅନ୍ତା ଜାଳି ଦେଇଥିଲେ ବୋଲି ପୀଡ଼ତା ଜଣଙ୍କ କହିବା ସହ ଶେଷ ନିଶ୍ୱାସ ତ୍ୟାଗ କରିଥିଲୋ ପୁଲିସ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କୁ ଗିରଫ କରି ସାରିଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜିବା ଆରମ୍ଭ କରିଛି ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର