ଏସିଡ୍‌ ପିଇ ମୃତ୍ୟୁବରଣ କଲେ ପଞ୍ଚମ ଶ୍ରେଣୀ ଛାତ୍ରୀ, ପାଣି ବୋତଲ ଭାବି ଘରୁ ଏସିଡ୍‌ ବୋତଲ ନେଇ ଆସିଥିଲା ସାଙ୍ଗ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀର ହର୍ଷ ବିହାରରେ ଥିବା ଏକ ଘରୋଇ ସ୍କୁଲରେ ଜଣେ ଛାତ୍ରୀ ଏସିଡ୍‌ ପିଇ ମୃତ୍ୟୁବରଣ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଦୀପ୍‌ ଭାରତୀ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ସାଙ୍ଗ ଆଣିଥିବା ଏସିଡ୍‌ ବୋତଲକୁ ପାଣି ବୋତଲ ଭାବି ତାକୁ ପିଇ ଦେଇଥିଲେ । ଏହା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୁଲିସ । ଏସିଡ୍‌ ବୋତଲକୁ ଫରେନ୍‌ସିକ୍‌ ବିଭାଗକୁ ଯାଞ୍ଚ ପାଇଁ ପଠାଇବା ସହ ଘଟଣା ପାଇଁ ପ୍ରକୃତରେ କିଏ ଦାୟୀ, ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

iol.co.za

ସୂଚନା ମୁତବକ, ମୃତ ଛାତ୍ରୀ ନିଜ ସାଙ୍ଗ ସହ ମଧ୍ୟାହ୍ନ ଭୋଜନ କରୁଥିଲେ । ଏ ସମୟରେ ସାଙ୍ଗ ଆଣିଥିବା ପାଣି ବୋତଲ ଦେଖି ମୃତ ଛାତ୍ରୀ ତାକୁ ପିଇ ଦେଇଥଲେ । କିନ୍ତୁ ତାଙ୍କୁ ଜଣା ନଥିଲା, ସେ ଯାହାକୁ ପାଣି ବୋତଲ ବୋଲି ଭାବୁଛନ୍ତି ସେ ପ୍ରକୃତରେ ଏସିଡ୍‌ ବୋତଲ । କେହି କିଛି ଜାଣିବା ପୂର୍ବରୁ ଛାତ୍ରୀଙ୍କ ମୃତ୍ୟୁ ହୋଇ ସାରିଥିଲା ।

ସମ୍ବନ୍ଧିତ ଖବର