ଶିକ୍ଷୟିତ୍ରୀ ଏବଂ ତାଙ୍କ ଝିଅଙ୍କ ସହ ଦୁଷ୍କର୍ମ କରିବାକୁ ୭ମ ଶ୍ରେଣୀ ଛାତ୍ରଙ୍କ ଧମକ

ଗୁରୁଗ୍ରାମ: ଜଣେ ଶିକ୍ଷୟିତ୍ରୀ ଏବଂ ତାଙ୍କ ଝିଅ ସହ ଦୁଷ୍କର୍ମ କରିବାକୁ ଗୁରୁଗ୍ରାମର ଗୋଟିଏ ସୁପରିଚିତ ବିଦ୍ୟାଳୟର ଜଣେ ସପ୍ତମ ଶ୍ରେଣୀ ଛାତ୍ର ଅନ୍‌ଲାଇନ୍‌ ପୋଷ୍ଟ୍‍ରେ ଧମକ ଦେଇଛନ୍ତି। ଶିକ୍ଷିକାଙ୍କ ଝିଅ ସେ ଛାତ୍ରଙ୍କ ସହପାଠୀ। ଅନ୍ୟ ଏକ ଘଟଣାରେ ସେହି ସ୍କୁଲ୍‌ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଅନ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ମେଲ୍‌ ପଠାଇ କ୍ୟାଣ୍ଡେଲ୍‌ଲାଇଟ୍‌ ଡେଟ୍‌ ଏବଂ ସଙ୍ଗମ ପାଇଁ କହିଛି।

ଦୁଇଟି ଘଟଣା ଗତ ସପ୍ତାହରେ ଘଟିଛି। ଦୁଷ୍କର୍ମ ଧମକ ପାଇଥିବା ଶିକ୍ଷୟିତ୍ରୀ ସ୍କୁଲ୍‌କୁ ଆସୁଛନ୍ତି କିନ୍ତୁ, ତାଙ୍କ ଝିଅର ମାନସିକ ଅବସ୍ଥା ଭଲ ନ ଥିବାରୁ ସେ ସ୍କୁଲ୍‌କୁ ଆସୁନାହିଁ।

ଜଣେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀ ଛାତ୍ର ଏବଂ ଜଣେ ଶିକ୍ଷୟିତ୍ରୀ ମଧ୍ୟରେ ଘଟିଥିବା ଏପରି ଘଟଣା ଗୋଟାଏ ଅପରାଧ ଏବଂ ବଡ଼ ଆପତ୍ତିଜନକ ସାଇବର ଦୁଷ୍ଟାମି। ଏହି ମାମଲା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଙ୍କୁ ବହିଷ୍କାର କରିବା ସହ କାଉନ୍‌ସେଲିଙ୍ଗ୍‌ ବାଧ୍ୟତାମୂଳକ କରାଯାଇଛି। ଏଭଳି ଆଚରଣକୁ ସ୍କୁଲ୍‌ ଆଦୌ ବରଦାସ୍ତ କରିବ ନାହିଁ ବୋଲି ସ୍କୁଲ୍‌ ତରଫରୁ ପ୍ରକାଶିତ ବକ୍ତବ୍ୟରେ ଉଲ୍ଲେଖ ରହିଛି।

କିନ୍ତୁ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଶକୁନ୍ତଳା ଧୁଲ୍‌ କହନ୍ତି ଯେ ସେ ନିଜ ତରଫରୁ ଏଭଳି ଘଟଣା ପ୍ରତି ଜାଗ୍ରତ ହୋଇଛନ୍ତି। ସବୁ ସ୍କୁଲ୍‌ ପିଲାଙ୍କ ପାଖକୁ ନୋଟି ପଠାଯିବ। ତାଙ୍କୁ ଡକାଇ ସମଗ୍ର ଘଟଣା ପ୍ରସଙ୍ଗରେ ପଚରା ଯିବ। ପିଲା ଏବଂ ଶିକ୍ଷକ/ଶିକ୍ଷିକାଙ୍କ ସହ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କର ମଧ୍ୟ କାଉନ୍‌ସେଲିଙ୍ଗ୍‌ ସେସନ୍‌ ନିଆଯିବ।

ସମ୍ବନ୍ଧିତ ଖବର