ଫଣା ଟେକି ବସିଥିବା ତିନିଟି ସାପ ହାବୁଡ଼ରେ ପଡ଼ିଗଲେ ଯୁବକ, ହେଲା ଏଭଳି ଅବସ୍ଥା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ତ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ଅନେକ ଥର ଭାଇରାଲ ହେଉଥିବା ଭିଡିଓଗୁଡିକ  ଲୋକଙ୍କୁ ରାତାରାତି ଷ୍ଟାର କରି ଦେଇଥାଏ। ଏହାକୁ ଦୃଷ୍ଟିରେ ରଖି ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ଭିଡିଓ ପ୍ରସ୍ତୁତ କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ଗୋଟିଏ କି ଦୁଇଟି ନୁହେଁ ତିନିଟି ନାଗ ସାପ ସାମ୍ନାରେ ବସିଥିବା ଦେଖିବାକୁ ମିଳୁଛି ।

ଭାଇରାଲ ହେଉଥିବା ଏହି ଭିଡିଓଟି କର୍ଣ୍ଣାଟକର ବୋଲି କୁହାଯାଉଛି, ଯେଉଁଥିରେ ଜଣେ ବ୍ୟକ୍ତି ତିନୋଟି ନାଗ ସାପ ସହିତ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳୁଛି। ସିରସିର ମାଜ୍ ସୟିଦ୍ ନାମକ ଜଣେ ଷ୍ଟଣ୍ଟମ୍ୟାନ୍ ଗୋଟିଏ ନୁହେଁ ବରଂ ତିନିଟି ନାଗ ସାପ ସହିତ ଏକ ଭିଡିଓ ସୁଟିଂ କରୁଥିଲେ। କିନ୍ତୁ ଏହି ଭିଡିଓ ସୁଟ ତାଙ୍କୁ ମହଙ୍ଗା ପଡ଼ିଯାଇଛି।

 

ଭିଡିଓରେ ମାଜ୍ ସୟିଦ୍ ଏକ ଧାଡିରେ ଫଣା ଟେକି ବସିଥିବା ତିନିଟି ନାଗ ସାପ ସହିତ ଭିଡିଓ ସୁଟ କରୁଥିଲେ। ତିନିଟି ସାପ ମଧ୍ୟରୁ ମାଜ ପ୍ରଥମେ ଛୋଟ ନାଗ ସାପର ଲାଞ୍ଜ ଟାଣିଆଉଁସି ଥିଲେ। ଏହା ପରେ ବ୍ୟକ୍ତି ଜଣକ ଯେମିତି ହିଁ ଅନ୍ୟ ସାପକୁ ଧରିବାକୁ ଚେଷ୍ଟା କରିଥିଲେ ସେ ହଠାତ ତାଙ୍କ ଗୋଡ ଉପରକୁ ଆକ୍ରମଣ କରିଥିଲା।  ଯାହାଫଳରେ ମାଜ୍ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ମାଜଙ୍କୁ  ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହି ଭିଡିଓକୁ ଆଇଏଫଏସ୍ ଅଧିକାରୀ ସୁଶାନ୍ତ ନନ୍ଦା (ଭାରତୀୟ ବନ ସେବା ଅଧିକାରୀ ସୁଜନ୍ତା ନନ୍ଦା) ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର