ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଟ୍ରେନ ଭିତରେ ଯାତ୍ରୀଙ୍କ ଭିଡ଼ ଥିବା ବେଳେ ଜଣେ ବ୍ୟକ୍ତି ତିନିଟିସାପ ଧରି ଚଢ଼ିଥିବା ଦେଖିବାକୁ ମିଳିଛି।
ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ ଏହି ଦୃଶ୍ୟ କୌଣସି ଉତ୍ତରଭାରତର ଟ୍ରେନର ଜେନନେରାଲ ବଗି ଭିତରର ବୋଲି କୁହାଯାଉଛି। ଏଥିରେ ଜଣେ ବ୍ୟକ୍ତି ବେକରେ ଓ ହାତରେ ସାପ ଗୁଡ଼ାଇ ହୋଇ ଏକ ଝୁଡ଼ିରେ ନାଗସାପ ଧରି ଟ୍ରେନ ଭିତରେ ଚଢ଼ିଥିଲେ। ଲୋକଙ୍କ ଗହଳି ଭିତରେ ସେ ସାପର ଭୟ ଦେଖା ଟଙ୍କା ମାଗୁଥିବା ଦେଖିବାକୁ ମିଳୁଛି।
ଏହି ଲୋମଟାଙ୍କୁରା ଘଟଣାର ଦୃଶ୍ୟକୁ କେରଳର ଜଣେ ଟ୍ରାଭେଲ ଇନଫ୍ଲୁଏନ୍ସର ଅଶ୍ବିନ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି।