ବ୍ୟାୟାମ କରିବା ବାହାନା କରି ବଲ୍‌ବ ଚୋରି କଲେ ଯୁବକ, ସିସିଟିଭିରେ କଏଦ୍‌ ହେଲା ପୂରା ଘଟଣା, ଦେଖନ୍ତୁ କିପରି କରିଥିଲେ ଚୋରି

କୋଏମ୍ବାଟୁର୍‌ : ଚୋରି କରିବାର ନୂଆ କୌଶଳ । ପ୍ରତିଦିନ ଚୋରଙ୍କୁ ଧରିବା ପାଇଁ ପୁଲିସ ନୂଆ ନୂଆ ଉପାୟ ଆପଣାଉଥିବା ବେଳେ ଚୋରମାନେ ମଧ୍ୟ ଚୋରି କରିବା ପାଇଁ ହାଇଟେକ୍‌ ଉପାୟ ଆପଣାଉଛନ୍ତି । ଏବେ ତାମିଲନାଡ଼ୁର ଏକ ଚୋର ଚୋରି କରୁଥିବାରୁ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମସ୍ତେ ଚୋରର ଚୋରି କରିବାର ଉପାୟକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଭାଇରାଲ ହୋଇଥିବା ଭିଡ଼ିଓରେ ଜଣେ ଯୁବକ କୋଏମ୍ବାଟୁର୍‌ରେ ଥିବା ଏକ ଦୋକାନ ଆଗକୁ ଆସି ବ୍ୟାୟାମ କରିବା ଆରମ୍ଭ କରୁଛି । ପ୍ରଥମେ ଲୋକଟି ଆସି ହଠାତ୍‌ ଦୋକାନ ସାମ୍ନାରେ ବ୍ୟାୟାମ କରିବା ଦେଖି ଲୋକ କିଛି ବୁଝି ପାରୁ ନଥିବା ବେଳେ ପରେ ପ୍ରକୃତ ଘଟଣାଟି ସାମ୍ନାକୁ ଆସୁଛି । ଯୁବକ ଜଣଙ୍କ ବ୍ୟାୟାମ କରିବା ଆଳରେ ଦୋକାନ ଆଗରେ ଲଗା ଯାଇଥିବା ବଲ୍‌ବକୁ ଚୋରି କରିବା ଆରମ୍ଭ କରୁଛି । ଧିରେ ଧିରେ ଯୁବକ ଜଣଙ୍କ ବଲ୍‌ବ କାଢ଼ି ନିଜ ପ୍ୟାଣ୍ଟ ପକେଟରେ ଭର୍ତ୍ତି କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଚୋରର ଏହି ଘଟଣାକୁ କେହି ଦେଖୁ ନଥିବା ଜାଣି ଖୁବ୍‌ ଆରାମ୍‌ରେ ଚୋର ଚୋରି କରୁଥିବା ବେଳେ ସିସିଟିଭି ପୂରା ଘଟଣା କଏଦ୍‌ ହୋଇଥିଲା । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର