ଡ୍ରଗ୍‌ ଖୁଆଇ କଲେଜ ଛାତ୍ରୀଙ୍କ ସହିତ ଦୁଷ୍କର୍ମ

କୋଜିକୋଡ଼: କେରଳର କୋଜିକୋଡ଼ ଜିଲ୍ଲାର ଜଣେ କଲେଜ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ଗୋଟାଏ ପାହାଡ଼ ଘାଟିରେ ଛାଡ଼ି ଦିଆଯାଇଥିବା କଥା ଆଜି ପୁଲିସ କହିଛି।

ମେ ୩୦ ତାରିଖ ଦିନ ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲା ତମାରାସେରିରେ ଏହି ଘଟଣାଟି ଘଟିଛି ଏବଂ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ବୋଲି ପୁଲିସ କହିଛି।

ପୁଲିସ କହିଛି, ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ। ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଥିଲେ କି, ନାହିଁ ତା’ ଉପରେ ବି ତଦନ୍ତ ଆରମ୍ଭ ହୋଇଛି।

ଦୁ‌ଷ୍କର୍ମ ପୀଡ଼ିତା ହେଉଛନ୍ତି ଜଣେ ପ୍ରଥମ ବାର୍ଷିକୀ ସ୍ନାତକ ଛାତ୍ରୀ। ଡ୍ରଗ୍‌ ଖୁଆଇ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ୱାୟନାଡ଼ ଏବଂ କୋଜିକୋଡ଼କୁ ସଂଯୋଗ କରୁଥିବା ପାହାଡ଼ ଘାଟିର ଗୋଟାଏ ବୁଲାଣିରେ ଛାଡ଼ି ଦିଆଯାଇଥିଲା। କଲେଜ୍‌ ନିକଟରେ ଜଣେ ‘ପେଇଙ୍ଗ୍‌ ଗେଷ୍ଟ୍‌’ ଭାବେ ରହୁଥିବା ଉକ୍ତ ଛାତ୍ରୀ ମେ ୩୦ ତାରିଖ ଦିନ ନିଜ ଘରକୁ ବାହାରିଥିଲେ। କିନ୍ତୁ, ସେ ଘରେ ନ ପହଞ୍ଚିବାରୁ ପରିବାର ଲୋକେ ଥାନାରେ ‘ନିରୁଦ୍ଦିଷ୍ଟ’ ଅଭିଯୋଗ ଫାଇଲ୍‌ କରିଥିଲେ।

ପରେ ପରିବାର ଲୋକମାନଙ୍କ ସହିତ ଯୋଗାଯୋଗ କରିଥିବା ଉକ୍ତ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର