ସ୍ୱାମୀଙ୍କ ସୂଚନା ଆଧାରରେ ଘର ତଲାସ କରି ଜୁନିୟର୍‌ଙ୍କ ପତ୍ନୀଙ୍କ ସହ କର୍ଣ୍ଣେଲ୍‌ଙ୍କୁ ଧରାଗଲା

ନୂଆଦିଲ୍ଲୀ: ଜଣେ ଅଧସ୍ତନର ପତ୍ନୀଙ୍କ ସହ ପରକୀୟା ସମ୍ପର୍କ ରଖି ଜଣେ କାର୍ଯ୍ୟରତ କର୍ଣ୍ଣେଲ୍‌ ଅଡୁଆରେ ପଡ଼ିଛନ୍ତି ବୋଲି ବୁଧବାର ଦିନ ଏକ ବିଶେଷ ସୂତ୍ରରୁ ପ୍ରକାଶ।

ପଞ୍ଜାବର ବାଥିଣ୍ଡା ଜିଲ୍ଲା ଅନ୍ତର୍ଗତ ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ ଘରୁ  ଅଭିଯୁକ୍ତ ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ ଓ ତାଙ୍କ  ପତ୍ନୀଙ୍କୁ  ମିଲିଟାରି ପୁଲିସ ଧରିବା ପରେ ତାଙ୍କ ବିରୋଧରେ ସେନା ତଦନ୍ତାଦେଶ ଦେଇଛି।  ଅଧିକାରୀ  ଜଣକ ସେନାର କର୍ପସ୍‌ ଅଫ୍‌ ଇଞ୍ଜିନିୟର୍ସର କର୍ମଚାରୀ।

ବିଶେଷ ସୂତ୍ରରୁ ପ୍ରକାଶ, ଜୁନିଅର ଅଫିସର ଜଣକ ତାଙ୍କ ପତ୍ନୀ ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ  ଘରେ ଥିବା କଥା ସୂଚନା ଦେବା ପରେ ଅକ୍ଟୋବର ୨୬ ତାରିଖ ଭୋର୍‌ ୩ଟାବେଳେ ମିଲିଟାରି ପୁଲିସ ଲେଫ୍‌ଟନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ ଘରେ ଚଢ଼ଉ କରିଥିଲା।

ସେନା ଆଇନ୍‌ ଅନୁସାରେ ଜଣେ ସହକର୍ମୀ ପତ୍ନୀଙ୍କ ସହ ଅବୈଧ ସଂପର୍କ ଏକ ଗର୍ହିତ ଅପରାଧ। ଏଥିରେ ଦୋଷୀ ସାବ୍ୟସ୍ତ ଅଧିକାରୀଙ୍କୁ ପାଞ୍ଚ ବର୍ଷ ଜେଲ୍‌ ହୋଇପାରେ। ସେ କର୍ଣ୍ଣେଲ୍‌ ଜଣକ ବାଥିଣ୍ଡା ଜୋନ୍‌ର ଆଡିସ୍‌ନାଲ୍‌ ଚିଫ୍‌ ଇଞ୍ଜିନିୟର୍‌।

ଡାକ୍ତରୀ ମାଇନା ପାଇଁ ସେ କର୍ଣ୍ଣେଲ୍‌ ଏବଂ ଲେଫ୍‌ଟ୍‌ନାଣ୍ଟ୍‌ କର୍ଣ୍ଣେଲ୍‌ଙ୍କ ପତ୍ନୀଙ୍କୁ ବଥିଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା। ତଦନ୍ତ ସମୟତକ ସେ କର୍ଣ୍ଣେଲ୍‌ଙ୍କୁ ଅନ୍ୟ ଅଫିସ୍‌ରେ ନିଯୁକ୍ତି ଦିଆଯିବ।

ସମ୍ବନ୍ଧିତ ଖବର