ଭୁବନେଶ୍ବର: ଯୁବତୀଙ୍କୁ କମେଣ୍ଟ ମାରିବା ସହ ଟଣାଓଟରା କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ଫତେଗଡ଼ ଜଗନ୍ନାଥ ପ୍ରସାଦ ଅଞ୍ଚଳର ନିତ୍ୟାନନ୍ଦ ପ୍ରଧାନ(୨୫)। ଏଠାରେ ଆଇଗିଣିଆ ଫେଜ୍-୨ ଅଞ୍ଚଳରେ ରୁହେ। ୩୦ ତାରିଖ ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ଜଣେ ଯୁବତୀ ବରମୁଣ୍ଡାରୁ ଟ୍ୟୁସନ୍ ସାରି ନୂଆପଲ୍ଲୀ ବ୍ରିଟ୍ କଲୋନି ସ୍ଥିତ ଘରକୁ ଫେରୁଥିଲେ। ସେ ଭାମରା ପେଟ୍ରୋଲ୍ପମ୍ପ ନିକଟରେ ଯାଉଥିବା ସମୟରେ ନତ୍ୟାନନ୍ଦ ତାଙ୍କୁ କମେଣ୍ଟ କରିଥିଲା। ଯୁବତୀ ଜଣଙ୍କ ପ୍ରତିବାଦ କରିବାରୁ ତାଙ୍କୁ ଟଣାଓଟରା କରିବା ସହ ମାରପିଟ୍ କରିଥିଲା। ଏନେଇ ଯୁବତୀ ଜଣଙ୍କ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।
ଯୁବତୀଙ୍କୁ କେମଣ୍ଟ ମାରି ଯୁବକ ଗିରଫ
/sambad/media/post_attachments/wp-content/uploads/2019/01/arrest_0.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)