ବାଲିଅନ୍ତା: ୧୦ମ ଶ୍ରେଣୀର ଦୁଇଜଣ ଛାତ୍ରୀଙ୍କୁ କମେଣ୍ଟ କରିବା ଅଭିଯୋଗରେ ବାଲିଅନ୍ତା ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ଏହି ଥାନା ଅଧୀନ ହରିଦାଶପୁର ଗ୍ରାମର ବିଜୁ ଓରଫ ବିଜୟ ବେହେରା (୨୫)। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିବା ପୁଲିସ କହିଛି। ବିଜୁ ଏଠାରେ ଥିବା ଏକ ଆବାସିକ ସ୍କୁଲର ଛାତ୍ରୀଙ୍କୁ ବାରମ୍ବାର ହଇରାଣ କରୁଥିବା ନେଇ ସ୍କୁଲର ଅଧ୍ୟକ୍ଷା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଧ୍ୟକ୍ଷାଙ୍କ ଅଭିଯୋଗକୁ ଭିତ୍ତି କରି ନଂ. ୨୧୪/୧୯ରେ ଏକ ମାମଲା ରୁଜୁ କରି ବିଜୁକୁ କୋର୍ଟ ଚାଲାଣ କରିଛି। ପୂର୍ବରୁ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଏକାଧିକଥର ବିଜୁକୁ ତାଗିଦ କରାଯାଇଥିଲା। ଏହା ସତ୍ତ୍ବେ ଗତ ୩୦ ତାରିଖ ଅପରାହ୍ଣରେ ପୁଣି ଘଟଣାର ପୁନରାବୃତ୍ତି ହୋଇଥିଲା।
ଛାତ୍ରୀଙ୍କୁ କମେଣ୍ଟ, ଜେଲ୍ ଗଲା ଯୁବକ
/sambad/media/post_attachments/wp-content/uploads/2019/08/xtiharjail44444-1566729005.jpg.pagespeed.ic_.Uj21hD7xb3.jpg)
/sambad/media/agency_attachments/2024-07-24t043029592z-sambad-original.webp)