ଆଦିବାସୀ କଳାକାରଙ୍କୁ କମେଣ୍ଟ୍‌ ମାରି ଯୁବକ ଅଟକ

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଥାନା ଅଧୀନ ଏକ ସ୍ଥାନରେ ଆଜି ସଂଧ୍ୟାରେ ଚାଲିଥିବା ବାହାବଙ୍ଗା ପର୍ବରେ ମନୋରଂଜନ କରିବା ପାଇଁ ଆସିଥିବା ମୟୂରଭଞ୍ଜର କିଛି ଆଦିବାସୀ କଳାକାରଙ୍କୁ ଜଣେ ବସ୍‌ କଣ୍ଡକ୍ଟର୍‌ ସୁବଳ ମହାରଣା କମେଣ୍ଟ ମାରିବା ଫଳରେ ଆଦିବାସୀ ଯୁବକମାନେ କଣ୍ଡକ୍ଟର୍‌ଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ପାରମ୍ପରିକ ପୋଷାକ ପିନ୍ଧିଥିବା ଜଣେ ଯୁବତୀଙ୍କୁ ସୁବଳ ସେମାନଙ୍କୁ ଅଶ୍ଳୀଳ ଭାଷାରେ କମେଣ୍ଟ ମାରିଥିଲା। ଏ ନେଇ ଯୁବତୀ ଜଣଙ୍କ ତାଙ୍କ ବନ୍ଧୁମାନଙ୍କୁ ଜଣାଇବାରୁ ସେମାନେ ସୁବଳକୁ ମାଡ଼ ମାରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁବଳକୁ ଥାନାରେ ନେଇଥିଲା। ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବାରୁ ବିଳମ୍ବିତ ରାତିରେ ସୁବଳଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର