ଭୁବନେଶ୍ବର: ଜଣେ ବିବାହିତାଙ୍କୁ କମେଣ୍ଟ କରି ମଞ୍ଚେଶ୍ବର ଥାନା ଅଧୀନ ସମେଇ ଗାଡ଼ିଆର ଅଜିତ ମହାଭୋଇ ଗିରଫ ହୋଇଛନ୍ତି। ଏକ ଘରୋଇ ସଂସ୍ଥାରେ କାମ କରୁଥିବା ସମ୍ପୃକ୍ତ ମହିଳା ଗତକାଲି ଅପରାହ୍ନରେ ଚାଲି ଚାଲି ଯାଉଥିବା ବେଳେ ଅଜିତ ତାଙ୍କୁ ଅଶ୍ଳୀଳ ଇଙ୍ଗିତ ସହ କମେଣ୍ଟ କରିଥିବା ଅଭିଯୋଗ ହୋଇଥିଲା। ଆଜି ସକାଳେ ମଞ୍ଚେଶ୍ବର ଥାନା ପୁଲିସ ଅଜିତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଉଭୟ ପରସ୍ପରକୁ ଭଲ ଭାବରେ ଚିହ୍ନନ୍ତି। ପୂର୍ବରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ଆପୋଷ ସମାଧାନ ହୋଇଥିବା ପୁଲିସ କହିଛି।
ବିବାହିତାଙ୍କୁ କମେଣ୍ଟ କରି ଯୁବକ ଗିରଫ
/sambad/media/post_attachments/wp-content/uploads/2019/07/arrest1.jpg)