ଭୁବନେଶ୍ୱର: ଚିତ୍ରଶିଳ୍ପୀ ଯଦୀନ ଦାସଙ୍କ ନାଁରେ ଆଉ ଏକ ‘#ମି ଠୁ’ ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସାମ୍ବାଦିକା। ସୂଚନା ଅନୁସାରେ ସାମ୍ବାଦିକା ଅନୁଶ୍ରୀ ମଜୁମଦାର ଏହି ଅଭିଯୋଗ ଆଣିଛନ୍ତି। ଅନୁଶ୍ରୀଙ୍କ ଅଭିଯୋଗ ଅନୁସାରେ ଚିତ୍ରଶିଳ୍ପୀ ଯତୀନ ଦାସ କାମ ବାହାନାରେ ବାରମ୍ବାର ଫୋନ କରୁଥିଲେ। ଯତୀନ କହିଥିଲେ କେବଳ ମୋତେ ଦେଖା କରିବାକୁ ଆସିଛନ୍ତି। ବର୍ଷ ୨୦୦୬ରେ ମନସୁନ୍ ଫେଷ୍ଟିଭାଲରେ ଯତୀନ ଏକଥା କହିଥିଲେ। ଏହି କଥା ଏଡାଇବାକୁ ସେ ଗୋଟିଏ ଦିନ ଲୁଚି ରହିଥିଲେ।
#MeToo One of India's most feted artists alive. Padma Bhushan recipient. My molestor. Long post alert. @IndiaMeToo and so MANY other women, starting with @Rxyxsx Thank you for so much. pic.twitter.com/a6VFC6iHys
— Nisha Bora (@NishaBora) October 16, 2018
#ମି ଠୁ ଅଭିଯାନ ଆରମ୍ଭ ହେବା ପରେ ଲୁଚି ରହିଥିବା ଅନେକ ପରଦା ସାମ୍ନାକୁ ଆସିଛି। ଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଅତୀତରେ ମହିଳାଙ୍କୁ ଖରାପ ନଜରରେ ଦେଖିଥିବା ଚିତ୍ର ସାମ୍ନାକୁ ଆସୁଛି। ପଦ୍ମଭୂଷଣ ଯତୀନ ଦାସଙ୍କ ବିରୋଧରେ ମଧ୍ୟ ଆଜି ଅଭିଯୋଗ ଆଣିଛନ୍ତି ୨ ଜଣ ମହିଳା। ନିଶା ବୋରା ନାଁରେ ଜଣେ ମହିଳା ଯତୀନ ଦାସଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ପରେ ଅନୁଶ୍ରୀ ମଜୁମଦାର ମଧ୍ୟ ଅଭିଯୋଗ ଆଣିଛନ୍ତି।