ନାବାଳିକାଙ୍କୁ ଅପହରଣ, ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର: ୧୭ ବର୍ଷର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ‌ରେ ଏୟାରପୋର୍ଟ ଥାନା ପୁଲିସ କାରଗିଲ ବସ୍ତିର ବାପି ବିନ୍ଧାଣି(୧୭)କୁ ଗିରଫ କରିଛି। ବାପି ଜଣେ ଅଟୋ ଚାଳକ। ସେ ନାବାଳିକାଙ୍କୁ ଅପହରଣ କରି ଦେଢ଼ ମାସ ପର୍ଯ୍ୟନ୍ତ ନିଜ ପାଖରେ ରଖିଥିଲା। ଏନେଇ ନାବାଳିକାଙ୍କ ବାପା ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିବା ସହ ବାପି ମୋବାଇଲକୁ ଟ୍ରାକ୍‌ କରୁଥିଲା। ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର