ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଆଜି ସ୍ଥାନୀୟ ହାଇସ୍କୁଲରୁ ବିଭିନ୍ନ କମ୍ପ୍ୟୁଟର ସାମଗ୍ରୀ ଲୁଟ୍ ମାମଲାରେ ଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଲୁଟେରା ଜଣକ ହେଲା ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ବାଲିପାଟଣା ଗ୍ରାମର ପବିତ୍ର କୁମାର ବେହେରା। ଏଥିସହିତ ପୁଲିସ ପବିତ୍ର ନିକଟରୁ ୨ଟି ୟୁପିଏସ୍, ଗୋଟିଏ ମଲ୍ଟି ପ୍ରିଣ୍ଟର୍, ୪ଟି ବ୍ୟାଟେରି ସହିତ ଅନ୍ୟାନ୍ୟ ସମଗ୍ରୀ ଜବତ କରିଛି। ଗତ ୯ ତାରିଖରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରତ୍ନମଞ୍ଜରୀ ବିଶ୍ୱାଳ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଥିହେଲ। ଏହା ପୂର୍ବଦନ ରାତିରେ ସ୍କୁଲରୁ ଏସବୁ ସାମଗ୍ରୀ ଚୋରିଯାଇଥିବା ନେଇ ସେ ତାଙ୍କ ଏତଲାରେ ଦର୍ଶାଇଥିଲେ। ରତ୍ନମଂଜରୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଚଳାଇଥିଲା। ଜାମିନ ନାମଂଜୁର ହେବାରୁ ପବିତ୍ରକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣେ ଅଧିକାରୀ କହିଛନ୍ତି ।
ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର୍ ସାମଗ୍ରୀ ଜବତ, ଜଣେ ଗିରଫ
/sambad/media/post_attachments/wp-content/uploads/2018/03/arrested-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)