ଫେସ୍‌ବୁକ୍‌ ମାଧ୍ୟମରେ ପ୍ରେମ ଜାଲରେ ଫସାଇ ବ୍ୟବସାୟୀଙ୍କ ଠାରୁ ୧୧କୋଟି ଟଙ୍କା ଠକିି ନେଲେ ଯୁବତୀ

ପାଟନା : ଫେସ୍‌ବୁକ୍‌ ମାଧ୍ୟମରେ ପ୍ରେମ ଏବଂ ପ୍ରେମ ପରେ ଠକାମୀର ଶିକାର ହେବା କିଛି ନୂଆ କଥା ନୁହଁ । ଏଭଳି ଅନେକ ଘଟଣା ଆଗରୁ ସାମ୍ନାକୁ ଆସି ସାରିଥିବା ବେଳେ ଏବେ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ପାଟନାରେ ମିଛ ପ୍ରେମ ଜାଲରେ ଜଣେ ବ୍ୟବସାୟୀଙ୍କୁ ଫସାଇ ମହିଳା ୧୧କୋଟି ଟଙ୍କା ହଡ଼ପ କରି ନେଇଥିବା ଜଣାପଡ଼ିଛି । ଏଥିରେ ତାଙ୍କ ପ୍ରେମିକ ତାଙ୍କ ସାଥ୍‌ ଦେଇଥିଲେ ବୋଲି ସୂଚନା ମିଳିଛି । ଏ ନେଇ ବ୍ୟବସାୟୀଜଣକ କ୍ରାଇମବ୍ରାଞ୍ଚକୁ ଜଣାଇବା ପରେ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ପ୍ରିୟଙ୍କା ବିଏସ୍‌ସି ପଢ଼ୁଥିବା ବେଳେ ତାଙ୍କ ପ୍ରେମିକ ବିଟେକ୍‌ ପଢ଼ୁଥିବା ଜଣାପଡ଼ିଛି ।

oneindia.com

ସୂଚନାଯୋଗ୍ୟ, ୨୦୧୬ରେ ପ୍ରିୟଙ୍କା ଦିଲ୍ଲୀର ବ୍ୟବସାୟୀ ପିଏନ୍‌ ବିଜୟଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ପ୍ରେମ ଜାଲରେ ଫସାଇ ଥିଲେ । ପ୍ରେମ ଜାଲରେ ଫସାଇବା ପରେ ବ୍ୟବସାୟୀ ପିଏନ୍‌ ବିଜୟଙ୍କୁ ଧିରେ ଧିରେ ଟଙ୍କା ମାଗିବା ଆରମ୍ଭ କରିଥିଲେ ପ୍ରିୟଙ୍କା । ପ୍ରେମରେ ଅନ୍ଧ ହୋଇ ବ୍ୟବସାୟୀ ପିଏନ୍‌ ବିଜୟ ମଧ୍ୟ ତାଙ୍କୁ ଟଙ୍କା ଦେଇ ଚାଲିଥିଲେ । କିଛି ଦିନ ଟଙ୍କା ଲୁଟିବା ପରେ ୨୦୧୭ରେ ପ୍ରିୟଙ୍କା ନିଜ ପ୍ରେମିକ ସୁମନଙ୍କୁ ବିବାହ କରିଥିଲେ । ନିଜ ବିବାହ କଥା ବ୍ୟବସାୟୀ ପିଏନ୍‌ ବିଜୟଙ୍କୁ ନ କହି ଟଙ୍କା ଲୁଟବାରେ ଲାଗିଥିଲେ ପ୍ରିୟଙ୍କା । ବିଭିନ୍ନ କାରଣ ଦର୍ଶାଇ ପ୍ରିୟଙ୍କା ବ୍ୟବସାୟୀ ପିଏନ୍‌ ବିଜୟଙ୍କ ଠାରୁ ଟଙ୍କା ନେବାରେ ଲାଗିଥିଲେ । ଦୁଇ ବର୍ଷ ମଧ୍ୟରେ ପ୍ରିୟଙ୍କା ପ୍ରାୟ ୧୧କୋଟି ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର