କୋଲ୍କାତା: ପଶ୍ଚିମବଙ୍ଗ ଜଳପାଇଗୁଡ଼ିରେ ଆୟୋଜିତ ପଞ୍ଚାୟତ ନିର୍ବାଚନ ରାଲିରେ ‘ବିଜେପି’ ପତାକାରେ ଗୋଟାଏ କଣ୍ଡୋମ୍ ଝୁଲୁଥିବା ଦେଖି ‘ବିଜେପି କିଷାନ୍ ମୋର୍ଚ୍ଚା’ର ଜିଲ୍ଲା ସଭାପତି ଗୁରୁବାର ଦିନ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ଶିଖରପୁର ଗାଁ’ରେ ଘଟିଥିବା ଏହି ଘଟଣାଟି ସାମାଜିକ ଗଣମାଧ୍ୟମ, ରାଜନୈତିକ ପର୍ଯ୍ୟବେକ୍ଷକ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।
ଅଭିଯୋଗ ପରେ, ସମ୍ପୃକ୍ତ ଅଞ୍ଚଳର ପରିସ୍ଥିତିକୁ ଅଧିକ ଉତ୍ତେଜନାପୂର୍ଣ୍ଣ ନ କରିବାକୁ ପୁଲିସ ଉକ୍ତ ପତାକାକୁ କାଢ଼ି ନେଇ ତଦନ୍ତ ଆରମ୍ଭ କରିଛି।
ଏହାକୁ ଅଶୋଭନୀୟ କାର୍ଯ୍ୟ କହି ‘ବିଜେପି କିଷାନ୍ ମୋର୍ଚ୍ଚା’ର ଜିଲ୍ଲା ସଭାପତି ନକୁଳ ଦାସ ଅଭିଯୋଗ କରିଛନ୍ତି ଯେ, ଶାସକ ‘ତୃଣମୂଳ କଂଗ୍ରେସ’ ହିଁ ଉକ୍ତ ‘ବିଜେପି’ ପତାକାରେ କଣ୍ଡୋମ ଝୁଲାଇଛି। ପୂର୍ବରୁ ମଧ୍ୟ ସେମାନେ ଏଭଳି କାର୍ଯ୍ୟ କରିଛନ୍ତି। ଥରେ ‘ତୃଣକୂଳ କଂଗ୍ରେସ’ର ଯୁବ ଶାଖା ନେତା ସାୟନି ଘୋଷ ଏକ ଶିବଲିଙ୍ଗରେ କଣ୍ଡୋମ୍ ପିନ୍ଧାଇଥିଲେ।
ଦଳକୁ ବଦନାମ ଓ ତା’ର ଖ୍ୟାତି ନଷ୍ଟ କରିବା ଲାଗି ଏଭଳି କାର୍ଯ୍ୟ କରାଯାଇଛି ବୋଲି ପଶ୍ଚିମବଙ୍ଗ ‘ବିଜେପି’ କହିଛି। ଏହି କାର୍ଯ୍ୟକୁ ‘ବିଜେପି’ର ମୁଖପାତ୍ରମାନେ ନିନ୍ଦା କରି କହିଛନ୍ତି, ଦଳକୁ ବଦନାମ କରିବା ଓ ଅଯଥା ବିବାଦ ସୃଷ୍ଟି କରିବା ପାଇଁ ଏହା ହେଉଛି ଗୋଟାଏ ହୀନ ଉଦ୍ୟମ।