ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଏଟର ବିଧାନସଭାର କଂଗ୍ରେସ ଏମଏଲଏ ହେମନ୍ତ କଟାରେଙ୍କ ଉପରେ ମହିଳା ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ତେବେ ପୂର୍ବରୁ କଟାରେ ଏହି ମହିଳାଙ୍କ ବିରୋଧରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଅନୁଯାୟୀ ଦୁଷ୍କର୍ମ ପୀଡ଼ିତାଙ୍କୁ ଜାନୁଆରୀ ୨୪ ତାରିଖରେ ଗିରଫ କରିଥିଲା ସ୍ଥାନୀୟ ପୁଲିସ ।
/sambad/media/post_attachments/wp-content/uploads/2018/02/katarescindia-14-1492166369-1517550472-300x225.jpg)
ଭୋପାଲ ସେଣ୍ଟ୍ରାଲ ଜେଲ୍ରେ ଥିବା ପୀଡ଼ିତା ଜଣଙ୍କ ଜାନୁଆରୀ ୩୧ ତାରିଖ ଦିନ ଲିଖିତ ଭାବେ ଭୋପାଲ ଡିଜିପିଙ୍କୁ ଅଭିଯୋଗ ଦେଇଛନ୍ତି। “ଏକ ଏନଜିଓ ଦ୍ୱାରା ଆୟୋଜିତ ହୋଇଥିବା ଉତ୍ସବରେ ମୋର ଏମଏଲଏ କଟାରେଙ୍କ ସହ ଦେଖା ହୋଇଥିଲା । ସେଠାରେ ସେ ମୋର ଫୋନ ନମ୍ବର ନେଇଥିଲେ। ପରେ ସେ ଜୁନା ଜିମକୁ ମତେ ଡ଼ାକି ସେଠାରେ ମୋ ସହ ଦୁଷ୍କର୍ମ କରିଥିଲେ । ଏମଏଲଏ ଜଣଙ୍କ ସେହି ସମୟର ଫଟୋ ଉଠାଇଥିଲେ । ପରେ ସେ ମୋ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ଏବଂ ମୁଁ ପ୍ରତିରୋଧ କଲେ ସେହି ଫଟୋକୁ ଗଣମାଧ୍ୟମରେ ଛାଡ଼ିଦେବାର ଧମକ ଦେଇଥିଲେ” ବୋଲି ଲିଖିତ ଭାବେ ପୁଲିସକୁ ଜଣାଇଛନ୍ତି ଦୁଷ୍କର୍ମ ପୀଡ଼ିତା । ପୀଡ଼ିତାଙ୍କ ମାତା ଡିଜିପିଙ୍କ ପାଖରେ କଟାରେ ତାଙ୍କ ଝିଅକୁ ଜବରଦସ୍ତି କିଛି କାଗଜରେ ଦସ୍ତଖତ କରାଇବା ସହ ତାଙ୍କୁ କିଡ଼ନାପ କରି ଦୁଷ୍କର୍ମ କରିଥିଲେ ବୋଲି କହିଛନ୍ତି । ତେବେ ବର୍ତ୍ତମାନ କଟାରେଙ୍କ ଉପରେ ଆଇପିସି ଧାରା ୩୬୫ , ୩୮୪ , ୩୮୬ ଏବଂ ୩୪ ଅନ୍ତର୍ଗତ ମାମଲା ରୁଜୁ କରାଯାଇ ତାହାର ତଦନ୍ତ କରାଯାଉଛି।