ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ର କୋହଡୋର ଥାନାର ପୂରବପଟ୍ଟି ଭନଇପୁର ଅଞ୍ଚଳରେ ଜଣେ ଛାତ୍ରଙ୍କୁ ନିର୍ମମ ହତ୍ୟା କରାଯାଇଛି। ପୁଲିସ ମୃତଦେହକୁ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ମୃତଦେହର ଜିଭ କଟା ହୋଇଥିବା ବେଳେ ଗୁପ୍ତାଙ୍ଗକୁ କାଟି ଅଲଗା କରି ଦିଆଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମୃତ ଯୁବକ ଜଣକଙ୍କ ନାମ କହ୍ନେୟାଲାଲ(୨୧) ବୋଲି ଜଣାପଡ଼ିଛି। ସେ ପ୍ରୟାଗରାଜରେ ରହି ଏମଏସସି ପାଠ ପଢ଼ୁଥିଲେ ଏବଂ ଲକଡାଉନ ସମୟରେ ନିଜ ଗାଁକୁ ଚାଲି ଆସିଥିଲେ। ଏହାପରେ ଘରେ ରହି କହ୍ନେୟାଲାଲ ପାଠପଢ଼ୁଥିଲେ। ଗତ ରବିବାର ସେ ସକାଳ ୧୧ଟାରୁ ଘରୁ ବାହାରି ଯାଇଥିଲେ ଆଉ ଫେରି ନଥିଲେ। ପରିବାରଲୋକ ବହୁ ଖୋଜାଖୋଜି କରିଥିଲେ ହେଁ ପୁଅର କୌଣସି ଖବର ପାଇ ନଥିଲେ। ଗ୍ରାମବାସୀମାନେ ମାଛ ମାରିବାକୁ ନଦୀକୁ ଯାଉଥିବା ବେଳେ ସେମାନେ ଯୁବକଙ୍କୁ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏହାର ପରେ ସେମାନେ ଅନ୍ୟ ଗ୍ରାମବାସୀ ଓ ପୁଲିସକୁ ଖବର ଦେଇଥିଲେ।
/sambad/media/post_attachments/ef27e34b80429c7ca98464814dceb011c9111746b560c8db18dc43f4053118dc.jpeg)
କହ୍ନେୟାଲାଲ ତାଙ୍କ ବାପା ମାଆଙ୍କ ଏକମାତ୍ର ସନ୍ତାନ ଥିଲେ। ପୁଅର କାହା ସହିତ କୌଣସି ପ୍ରକାର ଶତ୍ରୁତା ନଥିବା ପରିବାର ଲୋକ କହିଛନ୍ତି। ଏପରି କ୍ଷେତ୍ରରେ ଲୋକେ ସମ୍ପତ୍ତିକୁ ନେଇ ହତ୍ୟାକାଣ୍ଡ ଘଟାଇଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରିଛି। ପୁଲିସ ସବୁ ଦିଗରୁ ଏହି ହତ୍ୟା ମାମଲାର ତଦନ୍ତ କରୁଛି। ତିନିଜଣଙ୍କୁ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ବିଚାରବିଭାଗୀୟ ହେପାଜତକୁ ନେଇଛି।
ପୁଲିସ ଏହି ହତ୍ୟା ଘଟଣା ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗଛରୁ ମୃତଦେହକୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଏହି ବ୍ୟବଚ୍ଛେଦ ରିପୋର୍ଟରେ କହ୍ନେୟାଲାଙ୍କ ହତ୍ୟା ପୂର୍ବରୁ ତାଙ୍କ ଜିଭ କଟାଯାଇଥିଲା ଏବଂ ଗୁପ୍ତାଙ୍ଗ ମଧ୍ୟ କାଟି ଅଲଗା କରି ଦିଆଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/body-hanging-1583551563.jpg)