ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାରେ କିଛିଦିନ ହେବ ଗଞ୍ଜେଇ ଚାଲାଣ ଜୋରଦାର ଚାଲିଛି। କେତେବେଳେ ଗଞ୍ଜେଇ ଧରା ପଡୁଛି ତ କେତେବେଳେ ଗଞ୍ଜେଇ ମାଫିଆମାନେ ଖସି ଯିବାରେ ସଫଳ ହେଉଛନ୍ତି। ଫୁଲବାଣୀ ଅଞ୍ଚଳରୁ ଏକ କାର (ଓଡ଼ି ୦୨ବି ଟି ୭୨୯୩) ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଥିଲେ ବାରିପଦା ସଦର ଏସଡିପିଓ ସୁଜିତ କୁମାର ପ୍ରଧାନ। ସେ ଗାଡ଼ିରେ ପିଛା କରିଥିଲେ। ପୁଲିସକୁ ଦେଖି କାର ଚାଲାକ ଭୟରେ ବାଙ୍ଗିରିପୋଷି ପଞ୍ଚାୟତ ମଣଦା ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନରେ କାର ଟିକୁ ରଖି ଚାଳକ ଓ ସହଯୋଗୀ ଫେରାର ହେବାକୁ ଚେଷ୍ଟା କରିଥିଲେ। ଶ୍ରୀ ପ୍ରଧାନ ଏବଂ ବାଙ୍ଗିରିପୋଷି ପୁଲିସ କର୍ମଚାରୀ ଯୁବକ ଦ୍ବୟଙ୍କୁ ମାଡ଼ି ବସିଥିଲେ। ଉକ୍ତ କାରକୁ ଘଟଣାସ୍ଥଳରୁ ଏକ କ୍ରେନ୍ ସାହାଯ୍ୟରେ ଥାନାକୁ ଅଣା ଯାଇଥିଲା।
/sambad/media/media_files/2024/11/10/0a1abb2a-8add-4e35-a77d-ca4d405422c6.jpeg)
ବାଙ୍ଗିରିପୋଷି ଥାନା ଦାୟିତ୍ବରେ ଥିବା ଝାର ପୋଖରୀଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ଏସଆଇ ହେମନ୍ତ ପାତ୍ର, ଅତିରିକ୍ତ ତହିଲଦାର ଦାମଦୋର୍ ପ୍ରଧାନ କାର ମଧ୍ୟରୁ ଗଞ୍ଜେଇ ବାହାର କରି ସ୍ଥାନୀୟ ଓଜନ କଣ୍ଟାର ମାଲିକ ସଞ୍ଜୀବ ଅଧିକାରୀ ଦ୍ଵାରା ଓଜନ ମାପ କରାଯାଇଥିଲା।ମୋଟ ଏକ କୁଇଣ୍ଟାଲ ଶୋଳ କିଲୋଗ୍ରାମ ଗଞ୍ଜେଇ ସହିତ ଗୋଟିଏ ମୋବାଇଲ, ଦୁଇହଜାର ଟଙ୍କା ପୁଲିସ ଜବତ କରିଛି। ଉକ୍ତ ଯୁବକ ଦୁଇଜଣ କଟକ ଜିଲ୍ଲାର ମାଣିଆବନ୍ଧ ଥାନା ଅଞ୍ଚଳର କୁନା ସେଟ୍ (୩୦) ଓ ବେଣୁଧର ପ୍ରଧାନ (୨୬), ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/10/82982972-307f-4732-9c40-8acf41dbd31c.jpeg)