କନ୍ନୁର: ଜଣେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରିବା କାରଣରୁ ପୁଲିସ୍ ଡ୍ରାଇଭରଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଜାଣିବାକୁ ମିଳିଛି ଯେ ପୁଲିସ୍ ଭ୍ୟାନ୍ ଚାଳକ ଜଣକ ପେଟ୍ରୋଲ୍ ପମ୍ପ୍ରୁ ପେଟ୍ରୋଲ୍ ଭରିଥିଲେ। ଯେତେବେଳେ ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ତାଙ୍କୁ ଟଙ୍କା ମାଗିଲେ ତ ତାହାକୁ ନେଇ ବିବାଦ ଉପୁଜିଥିଲା।
ଅଭିଯୁକ୍ତ ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଲାଗିବା ପରେ ତାଙ୍କୁ ଗିରଫ କରାଯିବା ସହ ନିଲମ୍ବିତ କରାଯାଇଛି ବୋଲି ସୂଚନା ରହିଛି। କନ୍ନୁର ନଗର ପୁଲିସ କମିସନର ଅଜିତ କୁମାର କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଉଦ୍ୟମ ସମେତ ବିଭିନ୍ନ ବିଭାଗ ଲାଗୁ କରାଯାଇଛି ଏବଂ ତାଙ୍କୁ ସେବାରୁ ନିଲମ୍ବିତ କରାଯାଇଛି।
ସୋମବାର ଅଭିଯୁକ୍ତଙ୍କ ଗିରଫଦାରୀ ରେକର୍ଡ କରାଯାଇଛି ବୋଲି ପୁଲିସ କହିଛି। ରବିବାର ସନ୍ଧ୍ୟାରେ ତେଳ ପକାଇ ଟଙ୍କା ନ ଦେଇ ପୁଲିସ ଡ୍ରାଇଭର ବାହାରକୁ ଯିବାକୁ ଚେଷ୍ଟା କରୁଥିବା ବେଳେ କର୍ମଚାରୀ ଅନୀଲ ତାଙ୍କୁ ଅଟକାଇଥିଲେ। ସେ ଅଟକାଇବାରୁ ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ଗାଡ଼ି ଚଳାଇ ଗାଡ଼ି ବୋନେଟ୍ରେ ତାଙ୍କୁ ନେଇକି ଆଗକୁ ବଢ଼ିଥିଲେ।
ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ଜଣକ ଗାଡ଼ି ବୋନେଟ୍ରେ ପଡ଼ିକି ଯାଇଥିଲେ। ସେ ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜ୍ରେ କଏଦ ହେବା ପରେ ଭିଡିଓରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।