ରାୟପୁର: ଖାକିରେ କଳଙ୍କ, ମୃତଦେହକୁ ଗୋଇଠା ମାରିଲା ପୁଲିସ

ରାୟପୁର: ଭଉଣୀକୁ କଲେଜରୁ ମୋଟରସାଇକେଲରେ ନେଇ ଆସୁଥିବା ବେଳେ ଏକ ଅଜଣା ଟ୍ରକ୍‌୍‌ ଧକ୍କାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବାର ବ୍ୟବସ୍ଥା କରିଥିଲା ।ଏହି ସମୟାର ପୁଲିସ ଯେଉଁ ବ୍ୟବହାର ମୃତଦେହ ପଅତି କରିଛଇ ତାହା ତାହା ମାନବିକତାହୀନ କାର୍ଯ୍ୟ ଥିଲା। ମୃତଦେହକୁ ପୁଲସ ଭ୍ୟାନ ଭିତରେ ରଖିବା ବେଳେ ମୃତ ଯୁବକଙ୍କ ହାତ ବାହାରକୁ ଝୁଲି ରହିଥିଲା। ତେବେ ଏହାକୁ ଭିତରେ ପୁରାଇବା ପାଇଁ ପୁଲିସ ହାତର ବ୍ୟବହାର ନ କରି ଗୋଡର ବ୍ୟବହାର କରିଥିଲା। ନୀରଜ ସାହୁ ନାକ ଜଣେ ପୁଲିସ କନଷ୍ଟେବଳ ଦୁଇ ଦୁଇ ଥର ମୃତ ଯୁବକଙ୍କ ହାତକୁ ଗୋଇଠା ମାରୁଥିବା ସମୟର ଭିଡ଼ିଓ ଉତ୍ତୋଳନ କରି କେତେକ ଯୁବକ ଭାଇରାଲ କରି ଦେଇଥିଲେ। ଶବକୁ ଅସମ୍ମାନ କରିବା ସମ୍ପର୍କିତ ଏହି ଭଡ଼ିଓ ଭାଇରାଲ ହେବା ପରେ ପୁଲିସ ବିଭାଗର ନିଦ ଭାଙ୍ଗି ଥିଲା। ପୁଲିସ ଉଚ୍ଚ କର୍ତ୍ତୃପକ୍ଷ କନଷ୍ଟେବଳ ନୀରଜଙ୍କୁ ନିଲମ୍ବିତ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ର ମେମେତରା ଜିଲ୍ଲାର ନଗଦା ଗ୍ରାମର ସୁନୀଲ କୁମାର(୨୦ ବର୍ଷ) ନିଜ ଭଉଣୀଙ୍କୁ କଲେଜରୁ ସାଙ୍ଗରେ ଧରି ଘରକୁ ଫେରୁଥିବା ବେଳେ ପିକ୍ରି ଅଞ୍ଚଳରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ଭଉଣୀ ଦୂରକୁ ଛିଟିକି ପଡ଼ି ସାମାନ୍ୟ ଆହତ ହୋଇଥିବା ବେଳ ଭାଇ ରାସ୍ତା ଉପରେ ପଡ଼ିଯାଇଥିିଲେ ଓ ତାଙ୍କ ମୁଣ୍ଡ ଉପରେ ଟ୍ରକ୍‌ଟି ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସୁନୀଲଙ୍କର ମୃତ୍ୟୁ ଘଟିଥିଲା। ତେବେ ପ୍ରଥମେ ସୁନୀଲଙ୍କ ମୃତଦହକୁ ପୁଲିସ ଭ୍ୟାନରେ ଲଦିବାକୁ କୁନ୍ଥକୁନ୍ଥ ହେଉଥିବା ପୁଲିସ ବାଧ୍ୟବାଧକତାରେ ମୃତଦେହକୁ ଗାଡ଼ିରେ ଲଦିଥିଲା। ଏହି ସମୟର ଦୃଶ୍ୟକୁ କେତେକ ଲୋକ ସେମାନଙ୍କ ମୋବାଇଲ ଫୋନ୍‌ରେ ରେକଡିଂ କରୁଥିଲେ। ତେବେ କନଷ୍ଟେବଳ ନିରଜ ମୃତଦେହର ହାତକୁ ଗାଡ଼ି ଭିତରକୁ ଠେଲିବା ପାଇଁ ଗୋଡ଼ରେ ଲାତ ମାରୁଥିବାର ଦୃଶ୍ୟ ରେକଡିଂ କରି ଲୋକେ ଭାଇରାଲ କରିବା । ପରେ ନୀରଜଙ୍କୁ ପୁଲିସ ଅଧିକ୍ଷକ ଏଚ ଆର ମନହାରେ ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର