ମଞ୍ଚରେ ଚଢ଼ିଲେ, ସ୍କୁଲରେ ପିଲାଙ୍କ ଉପରେ ଟଙ୍କା ଉଡାଇ ଖାକି ବର୍ଦ୍ଦି ପିନ୍ଧି ନାଚିଲେ ପୁଲିସ ବାବୁ

ମୁମ୍ବାଇ: ସମୟସମୟରେ ପୁଲିସକର୍ମୀଙ୍କ ଅଦ୍ଭୁତ କାରନାମାମାନ ସାମ୍ନାକୁ ଆସିଥାଏ। ନିକଟରେ ମହାରଷ୍ଟ୍ରର ନାଗପୁରସ୍ଥିତ ନନ୍ଦଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁଲିସକର୍ମୀଙ୍କ ଲଜାଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସାଧାରଣତନ୍ତ୍ରୀ ଦିବସ ଅବସରରେ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଘଟିଛି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସ୍କୁଲରେ ଷଷ୍ଠଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶାତ୍ମବୋଧକ ଗୀତରେ ଷ୍ଟେଟ ଉପରେ ନୃତ୍ୟ ପରିବେଷଣ କରୁଥିଲେ। ଏହି ସମୟରେ କନଷ୍ଟେବଳ ପ୍ରମୋଦ ୱାଲେକ ହଠାତ ଷ୍ଟେଟ ଉପରକୁ ଉଠି ନୃତ୍ୟ ପରିବେଷଣ କରୁଥିବା ପିଲାଙ୍କ ଉପରେ ଟଙ୍କା ଉଡାଇ ଥିଲେ ଏବଂ ଖାକି ବର୍ଦ୍ଦି ପିନ୍ଧି ନୃତ୍ୟ ମଧ୍ୟ କରିଥିଲେ। ପ୍ରମୋଦଙ୍କୁ ଷ୍ଟେଜ ଉପରେ ଚଢ଼ି ନାଚିବାର ଦେଖି ସେଠାରେ ଥିବା ଦର୍ଶକ ଓ ନୃତ୍ୟ କରୁଥିବା ଛାତ୍ରୀମାନେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେବା ପରେ ଟଙ୍କା ଉଡ଼ାଇବା ଘଟଣାର କନଷ୍ଟେବଳଙ୍କ ଉପରେ ତଦନ୍ତ ହୋଇ ତୁରନ୍ତ ନିଲମ୍ବନ କରାଯାଇଥିଲା।

 

ସମ୍ବନ୍ଧିତ ଖବର