ଅନ୍‌ଲାଇନ୍‌ ସେକ୍ସ ର‍୍ୟାକେଟର ପର୍ଦ୍ଦାଫାସ: ୩ ଗିରଫ, ବିଦେଶିନୀ ଉଦ୍ଧାର

ହାଇଦ୍ରାବାଦ: ରାଚାକୋଣ୍ଡା ପୁଲିସ ରବିବାର ଏକ ଅନ୍‌ଲାଇନ୍‌ ସେକ୍ସ ର‍୍ୟାକେଟର ପର୍ଦ୍ଦାଫାସ କରିଛି। ଏହି ସେକ୍ସ ର‍୍ୟାକେଟରେ ସାମିଲ ଥିବା ତିନିଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ଚଢ଼ାଉ ସମୟରେ ଏକ ମହିଳାଙ୍କୁ ଉଦ୍ଧାର କରିଛି, ଯିଏକି ଉଜବେକ୍‌ର ନାଗରିକ ବୋଲି ଜଣାପଡ଼ିଛି।

ରାଚାକୋଣ୍ଡା ପୁଲିସ କମିସନ୍‌ର ମହେଶ ଏମ୍‌ ଭଗଓ୍ଵତ୍‌ଙ୍କ କହିବାନୁସାରେ, ପୁଲିସ ଟିପ୍‌-ଅଫର ଅଭିନୟ କରି ଏକ ହେଟେଲ ଉପରେ ଆକସ୍ମିକ ଚଢ଼ାଉ କରି ଅନ୍‌ ଲାଇନ୍‌ ର‍୍ୟାକେଟର ମାଷ୍ଟରମାଇଣ୍ଡ ଜୋଗେଶ ରାଓ ସହିତ ତାଙ୍କ ସହଯୋଗୀ ଏଲ୍‌ ଗୋପାଲ ଓ କେ ଗୋପିକୁ ଗିରଫ କରିଥିଲା।

ସେକ୍ସ ର‍୍ୟାକେଟର ମାଷ୍ଟରମାଇଣ୍ଡ ଜୋଗେଶ ରାଓ ୨୦ବର୍ଷ ବୟସରୁ ଉଜବେକ୍‌ର ଜଣେ ମହିଳାଙ୍କୁ ଗୋଟିଏ ସପ୍ତାହ ପୂର୍ବରୁ ଦିଲ୍ଲୀରୁ ଆଣି ଜୋରଜବରଦସ୍ତି ହାଇଦ୍ରାବାଦକୁ ବେଶ୍ୟାବୃତ୍ତି ପାଇଁ ପଠାଇ ଦେଇଥିଲା ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଅଭିଯୁକ୍ତ ରାଓ ବିଦେଶୀ ମହିଳା ଓ ମଡେଲମାନଙ୍କୁ ତାଙ୍କ ଅନ୍‌ଲାଇନ୍‌ ର‍୍ୟାକେଟରେ ସାମିଲ କରିଥାଏ।

ଉଜବେକ୍‌ ମହିଳାଙ୍କ କହିବାନୁସାରେ, ସେ ଦିଲ୍ଲୀକୁ ୯ମାସ ପୂର୍ବରୁ ଆସିଥିଲେ। ତାଙ୍କ ପାଖରେ ୬ମାସ ପାଇଁ ଟୁରିଷ୍ଟ ଭିସା ଥିଲା। ଏହି ଭିସାର ସମୟ ସୀମା ଶେଷ ହୋଇଯିବା ପରେ ସେ ଭାରତରେ ରହିଯାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଘଟଣା ପୂର୍ବରୁ ପୁଲିସ ନଭେମ୍ବର ୨୩ ତାରିଖରେ ମଧ୍ୟ ଏହି ହୋଟେଲ ଉପରେ ଚଢ଼ାଉ କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତ ଯୁବତୀ ଚାଲାଣ କରୁଥିବା ର‍୍ୟାକେଟରେ ସାମିଲ ଥିବା ନେଇ ପୁଲିସ ସୂଚନା ଦେଇଥିଲା। ହାଇଦ୍ରାବାଦ ପୁଲିସ ଯୁବତୀ ଚାଲାଣ କରୁଥିବା ଦାୟିତ୍ୱରେ ଥିବା ୬୩ବର୍ଷର ଜଣେ ବୃଦ୍ଧ ଓ ମହିଳାଙ୍କୁ ଏହି ପ୍ଲାଟରୁ ଗିରଫ କରିଛି। ପୁଲିସ ଚଢ଼ାଉ ସମୟରେ ୨୭ବର୍ଷର ଉଜବେକର ଜଣେ ମହିଳାଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର