ସ୍ପା ସେଣ୍ଟର ନାମରେ ଚାଲିଥିଲା ସେକ୍ସ ର‍୍ୟାକେଟ; ୧୨ ଯୁବତୀଙ୍କ ସମେତ ୧୮ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଉପକଣ୍ଠ ନୋଇଡ଼ା ଅଞ୍ଚଳରେ ଦୀର୍ଘଦିନରୁ ଚାଲିଥିବା ଏକ ବଡ଼ ଧରଣର ସେକ୍ସ ର‍୍ୟାକେଟର ପର୍ଦ୍ଦାଫାଶ୍‌ କରବା ସହ ଏହି ମାମଲାରେ ଦିଲ୍ଲୀ ପୋଲିସ୍‌ ୧୮ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ୧୨ ଜଣ ଯୁବତୀ ଅଛନ୍ତି। ତେବେ, ଏହି ସେକ୍ସ ର‍୍ୟାକେଟର କିଙ୍ଗ୍‌ପିନ୍‌ ପୋଲିସ୍‌ ଆଖିରେ ଧୂଳିଦେଇ ଖସିଯିବାରେ ସମର୍ଥ ହୋଇଛି।
ପୋଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମେଦାନ୍ତ ସ୍ପା ନାମରେ ନୋଇଡ଼ା ଅଞ୍ଚଳରେ ଏକ ମ୍ୟାସାଜ୍‌ ସେଣ୍ଟର ଖୋଲିଥିଲା। ତେବେ, ମ୍ୟାସାଜ୍‌ ସେଣ୍ଟର ଆଳରେ ମେଦାନ୍ତ ସ୍ପାରେ ରୀତିମତ ଦେହ ବ୍ୟବସାୟ ଚାଲିଥିଲା। ଦିଲ୍ଲୀର ବିଭିନ୍ନ ଅଞ୍ଚଳରୁ ଝିଅମାନଙ୍କୁ ଏଠାକୁ ଅଣାଯିବା ସହ ସେମାନଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଯାଉଥିଲା। ତେବେ, କେତେକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୋଲିସ୍‌ ବୁଧବାର ବିଳମ୍ବିତ ରାତ୍ରରେ ଏହି ସ୍ପା ଉପରେ ଚଢ଼ାଉ କରିଥିଲା। ଚଢ଼ାଉ କାଳରେ ସ୍ପା ମଧ୍ୟରେ ଯୁବତୀମାନଙ୍କ ସହ ଅସଂଯତ ଅବସ୍ଥାରେ ଥିବା ୬ ଜଣ ଯୁବକଙ୍କ ସମେତ ୧୨ ଜଣ ଯୁବତୀଙ୍କୁ ଗିରଫ କରିଥିଲା ପୋଲିସ୍‌। ଏଥିସହ ସେହି ସ୍ପା ମଧ୍ୟରୁ ବପୁଳ ମାତ୍ରାରେ କଣ୍ଡୋମ୍‌ ସହ ବିଭିନ୍ନ ପ୍ରକାରର ଯୌନ ଉଦ୍ଦୀପକ ସାମଗ୍ରୀ ଓ ଅଶ୍ଳୀଳ ସିଡିକୁ ମଧ୍ୟ ପୋଲିସ୍‌ ଜବତ କରିଥିଲା। ତେବେ, ମେଦାନ୍ତ ସ୍ପା ନାମରେ ଚାଲିଥିବା ଏହି ସେକ୍ସ ର‍୍ୟାକେଟର କିଙ୍ଗ୍‌ପିନ୍‌ ପୋଲିସ୍‌ ଆଖିରେ ଧୂଳିଦେଇ ଖସି ଯିବାରେ ସମର୍ଥ ହୋଇଥିଲା। ଏବେ ଫେରାର୍‌ ହୋଇ ଯାଇଥିବା ଏହି ସେକ୍ସ ର‍୍ୟାକେଟର କିଙ୍ଗ୍‌ପିନ୍‌କୁ ଗିରଫ କରିବା ପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ଉଦ୍ଦ୍ୟମ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର