ଦୀର୍ଘ ୩ ଘଣ୍ଟା ଧରି ଗଣଦୁଷ୍କର୍ମ ଶିକାର ପୀଡ଼ିତାଙ୍କୁ ତାତ୍ସଲ୍ୟ କଲା ପୁଲିସ୍‌, କହିଲା ଚଳଚ୍ଚିତ୍ରର କାହାଣୀ ଶୁଣାଉଛି!

ଭୋପାଲ: ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶର ରେଳବାଇ ପୁଲିସ୍‌ ଫୋର୍ସ(ଆର୍‌ପିଏଫ୍‌) କର୍ମଚାରୀଙ୍କ କନ୍ୟାଙ୍କୁ ମଙ୍ଗଳବାର କିଛି ଦୁର୍ବୃତ୍ତ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଭୋପାଳର ଜନବସତି ଅଞ୍ଚଳ ହବିବଗଞ୍ଜ ରେଳବାଇ ଷ୍ଟେସନ୍‌ରୁ ପୀଡ଼ିତାଙ୍କ ଅପହରଣ ପରେ ଏପରି ଘଟିଛି। ଦୁର୍ବୃତ୍ତମାନେ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ପଥରରେ ଆଘାତ ଦେଇ ରେଳ ଷ୍ଟେସନ୍‌ ନିକଟରେ ଥିବା ଏକ ନାଳକୁ ଫିଙ୍ଗି ଦେଇଥିବା ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, ପ୍ରତିଦିନ ପରି ମଙ୍ଗଳବାର ସଂଧ୍ୟାରେ ଯୁବତୀଙ୍କ କ୍ଲାସ ସରିବା ପରେ ଘରକୁ ଫେରିବା ବାଟରେ ଗୋଲୁ ବିହାରି ନାମକ ଜଣେ ଦୁର୍ବୃତ୍ତ ତାଙ୍କୁ ଅପହରଣ କରିଥିଲା। ତା’ପରେ ଗୋଲୁ ଅନ୍ୟ ତିନି ଜଣଙ୍କ ସହ ମିଶି ଯୁବତୀଙ୍କୁ ଲଗାତର ୩ ଘଣ୍ଟା ଗଣଦୁଷ୍କର୍ମ କରିଥିଲା। ଗୋଲୁ ବିହାରି ନାମରେ ପୂର୍ବରୁ ମଧ୍ୟ ବହୁ ଅପରାଧୀକ ମାମଲା ରହିଛି। ଜାଣିବାକୁ ମିଳିଛି ଯେ ପୀଡ଼ିତାଙ୍କୁ ୪ ଜଣ ଦୁର୍ବୃତ୍ତ ମିଶି ଦୁଷ୍କର୍ମ କରିଛନ୍ତି।

ପୀଡ଼ିତା ଜଣକ ଅଭିଯୋଗ ଲେଖାଇବାକୁ ଥାନାକୁ ଗଲାବେଳେ ସେ ଏକ ଚଳଚ୍ଚିତ୍ର କାହାଣୀ ଧରି ସାମ୍ନାକୁ ଆସିଛନ୍ତି ବୋଲି ରେଳବାଇ ପୁଲିସ୍‌ ତାତ୍ସଲ୍ୟ କରି କହିଥିବା ପୀଡ଼ିତା ଫେରାଦ ହୋଇଛନ୍ତି। ଫଳରେ ତାଙ୍କୁ ଅଭିଯୋଗ ନେଇ ୩ଟି ପୁଲିସ୍‌ ଷ୍ଟେସନ୍‌ ଯିବାକୁ ପଡ଼ିଥିବା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର