ଚତୁର ପୁଲିସ୍‌ବାବୁଙ୍କ ନିଆରା ଅନ୍ଦାଜ ! ଗ୍ରାହକ ସାଜିଲେ, ଅଗ୍ରୀମ ଦେଲେ ଓ ସେକ୍ସ୍‍ ର‍୍ୟାକେଟ୍‌ର ପର୍ଦାଫାଶ କଲେ

ସିମ୍‌ଲା: ହିମାଚଳ ପ୍ରଦେଶରର ରାଜଧାନୀ ସିମ୍‌ଲାଠାରେ ଜଣେ ଚତୁର ପୁଲିସ୍‌ ତାଙ୍କର ବୁଦ୍ଧି ଖର୍ଚ୍ଚ କରି ଏକ ସେକ୍ସ୍‍ ର‍୍ୟାକେଟ୍‌ର ପର୍ଦାଫାସ କରିଥିବା ଜାଣିବାକୁ ମିଳିଛି। ପୁଲିସ୍‌ ବାବୁ ଜଣକ ଛଦ୍ମବେଶ ଧରି ଗ୍ରାହକ ସାଜି ପହଞ୍ଚିବା ପରେ ର‍୍ୟାକେଟ୍‌ରୁ ଅଭିଯୁକ୍ତକୁ ଗିରଫ କରିବା ସହ ଦୁଇ ବାଳିକାଙ୍କୁ ଉଦ୍ଧାର କରିଛନ୍ତି । ଅଭିଯୁକ୍ତ ଜଣକ ହେଉଛନ୍ତି ମୋହଲିର ଏସ୍‌ଏଏସ୍‌ ନଗରର ବାସିନ୍ଦା ବରିନ୍ଦର ସିଂହ।

ସହରରେ ଏହି ର‍୍ୟାକେଟ୍‌ ଫୋନ୍‌ ଓ ହ୍ଵାଟ୍‌ସଆପ୍‌ ଜରିଆରେ ଚାଲୁଥିବା ପୁଲିସ୍‌ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍‌ ଏପରି ଚତୁର ଉପାୟ ଚିନ୍ତା କରିଥିବା ସୂଚନା ରହିଛି।

Times Now

ଛଦ୍ମବେଶୀ ପୁଲିସ୍‌ ଜଣକ ପ୍ରଥମେ ଏହି ଧନ୍ଦା ଚଳାଉଥିବା ସିଂହଙ୍କୁ ଯୋଗାଯୋଗ କରିଥିଲେ। ଯୋଗାଯୋଗ କରି ପୁଲିସ୍‌ ସିଂହଙ୍କୁ ଜଣେ ଗ୍ରାହକ ପଠାଇବା କଥା କହିଥିଲେ। ସିଂହ ଦୁଇଟି ଦେହଜୀବୀ ଯୋଗାଇ ଦେବ ବୋଲି କଥା ଛିଣ୍ଡାଇଥିଲା। ଜଣକ ପିଛା ରାତିକୁ ୧୨ ହଜାର ଟଙ୍କାରେ ଚୁକ୍ତି ହୋଇଥିଲା।

ଅଭିଯୁକ୍ତ ଜଣକ ପ୍ରଥମେ ଅଗ୍ରୀମ ୨ ହଜାର ଦାବି କରିଥିଲା। ତା’ କଥାରେ ପୁଲିସ୍‌ ବାବୁ ବି ରାଜି ହୋଇ ଯାଇଥିଲେ। ପରେ ପୁଲିସ୍‌ ଛଦ୍ବବେଶରେ ସେଠାକୁ ଯାଇ ଘଟଣାର ପର୍ଦାଫାଶ କରିଥିଲେ।

ସମ୍ବନ୍ଧିତ ଖବର