ଟଙ୍କା ଛାପା ମେସିନ୍‌ ପାଇଁ ୪୬ ଲକ୍ଷ ଟଙ୍କା ଦେଇ ଠକାମିରେ ପଡ଼ିଲେ ପୁଲିସଙ୍କ ପୁଅ

ନୂଆଦିଲ୍ଲୀ: ଗୋଟାଏ ଟଙ୍କା ଛାପା କଳ ଖରିଦ କରିବାକୁ ଦିଲ୍ଲୀର ଜଣେ ସହକାରୀ ପୁଲିସ ସବ୍‌-ଇନ୍‌ପେକ୍ଟର୍‌ଙ୍କ ପୁଅ ବିଭିନ୍ନ ଲୋକଙ୍କ ଠାରୁ ବିପୁଳ ପରିମାଣର ଅର୍ଥ ଉଧାର ଆଣି ଶେଷକୁ ୪୬ ଲକ୍ଷ ଟଙ୍କା ହରାଇଛନ୍ତି।

ଏଏସ୍‌ଆଇଙ୍କର ସେ ପୁଅ ନିରୁଦ୍ଦେଶ ହୋଇ ଯିବାରୁ ପୁଲିସ ତଲାସ ଅଭିଯାନ ଆରମ୍ଭ କରି ବୃନ୍ଦାବନରୁ ତାଙ୍କୁ ଉଦ୍ଧାର କରିଥିଲା। ତା’ପରେ ସେ ସମୁଦାୟ ଘଟଣା ବର୍ଣ୍ଣନା କରି କହିଥିଲେ କି, ଦୁଇ ଜଣ ଲୋକ ତାଙ୍କୁ ଠକି ଦେଇଛନ୍ତି।

ଗିରଫ କରାଯାଇଥିବା ସେ ଲୋକ ଦୁହେଁ ହେଉଛନ୍ତି ବିମଳ ରାଜେଶ ପାଟିଲ୍‌ ଏବଂ ସୁରଜ କୁମାର। ସେ ଦୁହେଁ ଅସଲି ଟଙ୍କା ଭଳି ଟଙ୍କା ଛାପି ହେବା ଭଳି କଳ ଯୋଗାଇ ଦେବାକୁ ପ୍ରତିଶ୍ରୁତ ଦେଉଥିବା ଠକ ଦଳର ସଦସ୍ୟ।

ସେମାନେ ଟଙ୍କା ନେବା ପରେ କହନ୍ତି କି, ମେସିନ୍‌ ଖରାପ ହୋଇ ଯାଇଛି, ଆସିବାକୁ ଅଧିକ ସମୟ ଲାଗିବ। ତା’ପରେ ସେମାନେ ଖସି ପଳାନ୍ତି।

ବୁଧବାର ଦିନ ବିମଳ ପାଟିଲ ଓ ସୁରଜ କୁମାରଙ୍କୁ ଦିଲ୍ଲୀ ଅଦାଲତରେ ହାଜର କରାଯାଇଥିଲା। ପଚରାଉଚୁରା ପାଇଁ ଉଭୟଙ୍କୁ ପୁଲିସ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର