ସାମ୍ନାକୁ ଆସିଲା ପୁଲିସର ଅମାନବୀୟ ଚେହେରା, ମହିଳାଙ୍କୁ ଗାଡ଼ିର ଛାତରେ ବାନ୍ଧି ବୁଲାଇବା ପରେ ରାସ୍ତାରେ ଫିଙ୍ଗି ଚାଲିଗଲା ପୁଲିସ

ଅମୃତସର : ପଞ୍ଜାବର ଅମୃତସର ଜିଲ୍ଲାରେ ଖାକି ପୋଷାକର ଅମାନବୀୟ ଚେହେରା ସାମ୍ନାକୁ ଆସିଛି । ଏଠାରେ ଥିବା ଚାବିଣ୍ଡା ଅଞ୍ଚଳରେ ପୁଲିସ ନିଜ ଗାଡ଼ିର ଛାତରେ ଜଣେ ମହିଳାଙ୍କୁ ବାନ୍ଧି ପୂରା ଅଞ୍ଚଳରେ ବୁଲାଇଥିଲେ । ଗାଁ ଲୋକଙ୍କୁ ମହିଳାଙ୍କୁ ବଞ୍ଚାଇବା ପାଇଁ ଏକାଠି ହେବାର ଦେଖି ପୁଲିସ ରାସ୍ତା ମଝିରେ ତାଙ୍କୁ ଫିଙ୍ଗି ଚାଲି ଯାଇଥିଲେ । ଏହି ଘଟଣାର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଏକ ମାମଲାକୁ କେନ୍ଦ୍ର କରି ଅଭିଯୁକ୍ତକୁ ଗିରଫ କରିବା ପାଇଁ ଚାବିଣ୍ଡା ଅଞ୍ଚଳରେ ପହଞ୍ଚିଥିଲା ପୁଲିସ । ଅଭିଯୁକ୍ତକୁ ଘରେ ନ ପାଇ ରାଗରେ ପୁଲିସ ଅଭିଯୁକ୍ତର ପତ୍ନୀଙ୍କୁ ଉଠାଇ ଆଣିଥିଲେ । ଏହା ପରେ ପୁଲିସ ଗାଡ଼ିର ଛାତ ଉପରେ ମହିଳାଙ୍କୁ ଜୋର ଜବରଦସ୍ତ ବାନ୍ଧିବା ସହ ସେ ଅଞ୍ଚଳରେ ବୁଲାଇଥିଲେ । ସ୍ଥାନୀୟ ଲୋକମାନେ ପୂରା ଘଟଣା ଜାଣି ବିରୋଧ କରିବା ପରେ ପୁଲିସ ଡ଼ରରେ ମହିଳାଙ୍କୁ ରାସ୍ତା ଉପରେ ଫିଙ୍ଗି ଚାଲି ଯାଇଥିଲା ।

ସମ୍ବନ୍ଧିତ ଖବର