କରୋନା ସଂକ୍ରମିତ ଥିବା କଥା ଲୁଚାଇ ବିମାନରେ ଚଢ଼ିଥିବା ବ୍ୟକ୍ତିଙ୍କର ମଝି ଆକାଶରେ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାର ଏକ ବିମାନରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କ କହିବାନୁସାରେ, ତାଙ୍କ ସ୍ବାମୀଙ୍କ ଶରୀରରେ ଗତ ଏକ ସପ୍ତାହରୁ ଅଧିକ ଦିନ ହେବ କରୋନାର ଲକ୍ଷଣ ଦେଖାଯାଉଥିଲା। ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବା ସହିତ ଖାଦ୍ୟର ସ୍ବାଦକୁ ବି ବାରି ପାରୁ ନ ଥିଲେ ସେ।

ପ୍ରକାଶିତ ରିପୋର୍ଟ ମୁତାବକ, ବିମାନ ଉଡ଼ିବା ପୂର୍ବରୁ ଏହି ବ୍ୟକ୍ତି ଜଣକ କମ୍ପୁଥିଲେ। ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ବିମାନ ଉଡିବା ଆରମ୍ଭ କରିବା ପରେ ଉକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଏହା ପରେ ବିମାନଟିକୁ ନ୍ୟୁ ଔରଲିଏନ୍ସରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା | ଏହି ବ୍ୟକ୍ତିଙ୍କ ଅବସ୍ଥା ଦେଖି ଅନେକ ଯାତ୍ରୀ ଏକାଠି ହୋଇ ତାଙ୍କୁ ଆଉଁସିବାକୁ ଲାଗିଥିଲେ। ଏଥିସହିତ ପାରାମେଡିକ୍ସ ଟିମରେ ସାମିଲ ଜଣେ ବ୍ୟକ୍ତି ଅସୁସ୍ଥ ଯାତ୍ରୀଙ୍କୁ ସିପିଆର ମଧ୍ୟ ଦେଇଥିଲେ |

प्रतीकात्मक तस्वीर

ଏହି ବ୍ୟକ୍ତି ଜଣକ ଉଡ଼ାଣ ସମୟରେ ମାସ୍କ ଲଗାଇଥିଲେ। ବିମାନ ଉଡ଼ିବାର ଗୋଟିଏ ଘଣ୍ଟା ପରେ ଉକ୍ତ ଯାତ୍ରୀ ଆଉ ନିଶ୍ବାସ ନେଇ ପାରି ନଥିଲେ। ଏହା ପରେ କ୍ୟାବିନ କ୍ରୁ ପାରାମେଡିକ୍ସକୁ ଡାକିଥିଲେ। ପାରାମେଡିକ୍ସ ଟୋନି ଏଲଡାପା ସଂକ୍ରମଣକୁ ଖାତିର ନକରି ସେହି ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ବହୁ ଚେଷ୍ଟା କରିବା ପରେ ବି ଉକ୍ତ ଯାତ୍ରୀଙ୍କୁ ବଞ୍ଚା ଯାଇ ପାରି ନଥିଲା। ଉକ୍ତ ମୃତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ତାଙ୍କ ସ୍ବାମୀଙ୍କ ଚିକିତ୍ସା ରିପୋର୍ଟ ପଚାରା ଯାଇଥିଲା । କିନ୍ତୁ ସେ ଜଣାଇ ନଥିଲେ କି ତାଙ୍କ ସ୍ବାମୀ କରୋନା ସଂକ୍ରମିତ ଅଛନ୍ତି। ସେ କହିଥିଲେ କି ସ୍ବାମୀଙ୍କ ଶରୀର ଅସୁସ୍ଥ ଥିବାରୁ ଲସ୍ ଆଞ୍ଜେଲସରେ ଯାଇ କରୋନା ପରୀକ୍ଷା କରାଇବେ।

ଏହି ଘଟଣା ପରେ ସ୍ୱାସ୍ଥ୍ୟ ଅଧିକାରୀ ଅବଶିଷ୍ଟ ଯାତ୍ରୀ ଯେଉଁମାନେ ଉକ୍ତ ଯାତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସେଲଫ ଆଇସୋଲେସନରେ ରହିବାକୁ ଅନୁରୋଧ କରିଛନ୍ତି। ପାରାମେଡିକ୍ସ ଏହି ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଥିଲା। ଉକ୍ତ ବ୍ୟକ୍ତିଙ୍କ ସିଟକୁ ସାନିଟାଇଜ କରିବା ପରେ ବିମାନଟି ଲସଏଞ୍ଜେଲସକୁ ଉଡ଼ିଥିଲା।

ତେବେ ଏହି ଘଟଣାକୁ ନେଇ ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନେକ ଲୋକ ଟୁଇଟ କରି କହିଛନ୍ତି ଯେ ଜଣେ କରୋନା ପଜିଟିଭ୍ ବ୍ୟକ୍ତି କିପରି ବିମାନରେ ଯାତ୍ରା କରିପାରିଲେ?

ସମ୍ବନ୍ଧିତ ଖବର