କରୋନା ପଜିଟିଭ ମା’କୁ ଘରୁ ବାହାର କରିଦେଲେ ପୁଅ, ଝିଅ ଓ ଜ୍ବାଇଁ : ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ବୃଦ୍ଧା

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ବୃଦ୍ଧ ମା’ କରୋନା ସଂକ୍ରମିତ ହେବାପରେ ପୁଅ, ଝିଅ ଓ ଜ୍ବାଇଁ ତାଙ୍କୁ ଘରୁ ବାହାର କରି ଦେଇଥି‌ଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧ ମହିଳାଙ୍କୁ  ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁଃଖର କଥା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ।

ସୂଚନାନୁସାରେ, କାନପୁରର କେଣ୍ଟ୍ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯାଇଥିଲା । ହସ୍ପିଟାଲ ନିଆଯାଇ ତାଙ୍କର କରୋନା ପରୀକ୍ଷା କରାଯିବାରୁ ବୃଦ୍ଧାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ପୁଅ ମାଆକୁ ଚିକିତ୍ସା ପାଇଁ ହସ୍ପିଟାଲ ନେବ କ’ଣ ରାସ୍ତାରେ ହିଁ ଛାଡି ଚାଲି ଯାଇଥିଲା ।

ଏପଟେ ରୋଗୀଣା ମା’କୁ ଝିଅ ଓ ଜ୍ୱାଇଁ ବି ପଚାରି ନଥିଲେ । ଫଳରେ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ ବୃଦ୍ଧା। ଏହି ଘଟଣାର ଦୃଶ୍ୟକୁ କେହି ଜଣେ ଫୋନରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହାକୁ ଆଧାର କରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଦୁର୍ଭାଗ୍ୟବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲ।

ଡିସିପି ଅନୁପ ସିଂ କହିଛନ୍ତି ଯେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ମହିଳାଜଣଙ୍କ ରାସ୍ତାରେ ପଡ଼ି ଛଟପଟ ହେଉଥିବା ନଜର ଆସିଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ ।

 

ସମ୍ବନ୍ଧିତ ଖବର