ଅହମ୍ମଦାବାଦ: ଦେଶବ୍ୟାପୀ ଲକଡାଉନ ଚାଲିଥିବା ବେଳେ ଗୁଜୁରାଟର ବଡ଼ୋଦରାଠାରେ ସ୍ତ୍ରୀ ସହ ଅନଲାଇନ୍ ଗେମ୍ ଲୁଡୋ ଖେଳିବା ପରେ ଜଣେ ବ୍ୟକ୍ତି ହାରିଯିବାରୁ ନିଜ ପତ୍ନୀଙ୍କୁ ମାଡ ମାରିଥିବା କହିଛି ପୁଲିସ। ସ୍ୱାମୀର ମାଡରେ ପୀଡ଼ିତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ସେମାନେ କହିଛନ୍ତି। ଲକଡାଉନ୍ ସମୟରେ ସ୍ୱାମୀକୁ ଘର ଭିତରେ ରଖିବା ପାଇଁ ପୀଡିତା ମୋବାଇଲ୍ ଫୋନରେ ଲୁଡୋ ଖେଳ ଖେଳିବାକୁ କହିଥିଲେ ବୋଲି ଆଜି ଜଣେ ଅଧିକାରୀ କହିଛନ୍ତି।

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଭେମାଲି ଅଞ୍ଚଳରେ ରହୁଥିବା ଜଣେ ମହିଳା ଘରୋଇ ହିଂସାର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ଅଭୟମ୍ ହେଲ୍ପଲାଇନକୁ ଫୋନ କରି ପୂରା ଘଟଣା ଜଣାଇଥିଲେ | ଅଭିଯୁକ୍ତ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ପ୍ରତିଥର ଖେଳ ହାରିବା ପରେ ମାଡ଼ ମାରୁଥିବା ସେ କହିଥିଲେ | ଯାହା ଦ୍ୱାରା ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି। ତେବେ ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ପୀଡ଼ିତା ଅଭିଯୋଗ କରିବାକୁ ମନା କରିଦେଇଛନ୍ତି |