ବରଯାତ୍ରୀଙ୍କ ମଧ୍ୟରେ ସଂକ୍ରମିତ ହେଲା କରୋନା; ବର ପିତାଙ୍କୁ ୬ ଲକ୍ଷ ୨୬ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ; ରାଜସ୍ଥାନର ଭିଲୱାଡାଠାରେ ଏକ ବିବାହ ଉତ୍ସବରେ ୨୫୦ ଜଣଙ୍କୁ ନିମନ୍ତ୍ରଣ କରିବା ଘଟଣା ବରର ପରିବାର ସଦସ୍ୟଙ୍କୁ ମହଙ୍ଗା ପଡ଼ିଛି। ବରଯାତ୍ରୀଙ୍କ ମଧ୍ୟରେ କରୋନା ସଂକ୍ରମଣ ଏପରି ଭାବେ ବ୍ୟାପିଥିଲା ଯେ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିବା ୧୫ ଜଣ ସଦସ୍ୟ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ କରୋନା ସଂକ୍ରମଣରେ ସଂକ୍ରମିତ ହେବା ପରେ ବରର ଜେଜେବାପାଙ୍କ ମୃତ୍ୟୁ ହୋଇଛି।

भीलवाड़ा में शादी समारोह में 250 लोगों को किया था आमंत्रित (फाइल फोटो-PTI)
https://aajtak.intoday.in/

କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ବର ଏବଂ ତାଙ୍କ ପିତାଙ୍କ ସମେତ ସମସ୍ତ ୧୫ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜସ୍ଥାନ ସରକାର ଏହି ବରଯାତ୍ରୀରେ ସାମିଲ ହୋଇଥିବା ୧୨୭ ଜଣଙ୍କୁ କ୍ୱାରେଣ୍ଟାଇନ୍‌ ରଖିଛନ୍ତି। ଏଥିସହିତ ବରର ପିତାଙ୍କ ଉପରେ ସେମାନଙ୍କ କ୍ୱାରେଣ୍ଟିନ୍‌ ସୁବିଧା ଏବଂ ଚିକିତ୍ସା ଖର୍ଚ୍ଚ ବୁଝିବା ନେଇ ଜରିମାନା ଲଗାଯାଇଛି। ଏଯାବତ ୬ଲକ୍ଷ ୨୬ ହଜାର ୬୦୦ ଟଙ୍କା କ୍ୱାରେଣ୍ଟିନ୍‌ ସୁବିଧା ଏବଂ କରୋନା ଚିକିତ୍ସା ପାଇଁ ଖର୍ଚ୍ଚ ହୋଇସାରିଲାଣି।

ଭିଲୱାଡା ଜିଲ୍ଲା ମାଜିଷ୍ଟ୍ରେଟ ରାଜେନ୍ଦ୍ର ଭଟ୍ଟ ତହସିଲଦାରଙ୍କୁ ଏହି ରାଶି ତିନିଦିନ ମଧ୍ୟରେ ବରର ପିତାଙ୍କଠାରୁ ଆଦାୟ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ଜମା କରିବାକୁ ନୋଟିସ ଜାରି କରିଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ ଭବିଷ୍ୟତରେ ଚିକିତ୍ସାରେ ଯେଉଁ ଖର୍ଚ୍ଚ ହେବ ତାହାକୁ ମଧ୍ୟ ଜରିମାନା ଆକାରରେ ବରଙ୍କ ପିତାଙ୍କ ଠାରୁ ଆଦାୟ କରାଯିବ।

ସୂଚନାଯୋଗ୍ୟ, ଏହି ପରିବାର ଜୁନ୍‌ ୧୯ରେ ଭିଲୱାଡାର ଦାଦା ମୋହଲ୍ଲାରେ ବିବାହ ଉତ୍ସବ ନିୟମ ଉଲ୍ଲଂଘନ କରି ୨୫୦ଜଣ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଜୁନ୍‌ ୨୧ପରେ ଏହି ବିବାହରେ ସାମିଲ ହୋଇଥିବା ଗୋଟିଏ ପରେ ଗୋଟିଏ ଲୋକଙ୍କ ଶରୀରରେ କରୋନା ପଜିଟିଭ୍‌ ଥିବା ଚିହ୍ନଟ ହୋଇଥିଲା।

Coronavirus: Wuhan to ease lockdown as world battles pandemic ...
CHINDIA ALERT

ରାଜସ୍ଥାନ ସରକାରଙ୍କ ଅନୁଯାୟୀ, ମହାମାରୀ (ପାଣ୍ଡେମିକ୍)‌ ଆକ୍ଟ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି କି, ଯେ କୌଣସି ବିବାହ ଉତ୍ସବରେ ୫୦ ରୁ ଅଧିକ ଲୋକ ଏକାଠି ହେବେ ନାହିଁ ଏବଂ ଯେଉଁମାନେ ଏକାଠି ହେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର