ରାସ୍ତା ମଝିରେ ଥିବା ଡିିଭାଇଡର ଉପରେ ବସି ଆପତ୍ତିଜନକ କାମ କଲେ ପ୍ରେମୀଯୁଗଳ, ଫଟୋ ଏବଂ ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ମୁମ୍ବାଇରେ ସ୍ପଷ୍ଟ ଦିବାଲୋକରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା । ଏକ ପ୍ରେମୀଯୁଗଳ ଲୋକଲଜ୍ଜାକୁ ଖାତିର ନ କରି ରାସ୍ତା ମଝିରେ ଥିବା ଡିଭାଇଡର ଉପରେ ବସି ଆପତ୍ତିଜନକ କାମ କରୁଥିଲେ ବୋଲି ଅଭିଯୋଗ ହୋଇଛି । ରାସ୍ତାରେ ଲୋକ ଯିବା ଆସିବା କରୁଥିବା ଲୋକଙ୍କ ସହ ସମସ୍ତେ ଦୁଇ ଜଣଙ୍କର ଏହି ଦୃଶ୍ୟ ଦେଖୁଥିଲେ ମଧ୍ୟ ପ୍ରେମୀଯୁଗଳ କାହାକୁ ଖାତିର ନ କରି ନିଜ କାମ କରି ଚାଲିଥିଲେ । କିଛି ଲୋକ ଏବଂ ରାସ୍ତା କଡ଼ର ଦୋକାନୀମାନେ ଏହାର ଫୋଟ ଏବଂ ଭିଡ଼ିଓ ବନାଇଥିବା ବେଳେ ଦିବାଲୋକରେ ପ୍ରେମୀଯୁଗଳଙ୍କ ଏପରି କାମ ସେମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ଲୋକମାନେ ଏହାର ଭିଡ଼ିଓ ଏବଂ ଫଟୋକୁ ସୋସିଆଲ ମିଡ଼ିଆରେ ଛାଡ଼ିବା ପରେ ଏହି ଘଟଣାଟି ସାମ୍ନାକୁ ଆସିଥିଲା । ଘଟଣାଟି ଗୁରୁବାର ନରିମନ ପଏଣ୍ଟରେ ଘଟିଥିବା ବେଳେ ଅଭିଯୁକ୍ତ ମହିଳାକୁ ଗିରଫ କରି ପଚରଉଚରା କରୁଛି ପୁଲିସ । ଯୁବକ ଜଣଙ୍କ ଫେରାର ଥିବା ବେଳେ ସେ ବିଦେଶୀ ବୋଲି ଜଣା ପଡ଼ିଛି । ସୂଚନା ମୁତାବକ, ନରିମନ ପଏଣ୍ଟରେ ଥିବା ରାସ୍ତାକଡ଼ର ଡ଼ିଭାଇଡ଼ର ଉପରେ ବସି ପ୍ରେମୀଯୁଗଳ ଆପତ୍ତିଜନକ କାମ କରିବା ଆରମ୍ଭ କରିଥିଲେ । ଏହା ଦେଖି କିଛି ଲୋକ ଫଟୋ ଏବଂ ଭିଡ଼ିଓ ତିଆରି କରିବା ସହ ପୁଲିସକୁ ଏ ନେଇ ସୂଚନା ଦିଆଯାଇଥିଲା । ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ବେଳକୁ ପ୍ରେମୀଯୁଗଳ ରାସ୍ତାର ଆର ପାଖକୁ ଚାଲି ଯାଇଥିଲେ ।

bignewslive.com

ପୁଲିସ ପିଛା କରିବା ପରେ କେବଳ ମହିଳାଙ୍କୁ ଧରିବାରେ ସଫଳ ହୋଇଥିଲା । ଘଟଣା ନେଇ ତାଙ୍କୁ ପଚରାଯିବା ପରେ ମୁଁ ଗୋଆରୁ ଆସିଛି । ଆମେ ଖାଲି ପରସ୍ପରକୁ ଚୁମ୍ବନ ଦେଉଥିଲୁ । ଆଉ କିଛି କରି ନାହୁଁ ବୋଲି କହିଥିଲେ, ମହିଳା ଜଣକ । ତେବେ, କିଛି ସମୟ ପଚରଉଚରା କରିବା ପରେ ମହିଳାଙ୍କ ମାନସିକ ଅବସ୍ଥା ଠିକ୍‌ ନଥିବା ଜାଣି ପୁଲିସ ଉକ୍ତ ମହିଳାଙ୍କୁ ମହିଳା ସୁରକ୍ଷା କେନ୍ଦ୍ରକୁ ପଠାଇଥିବା ଜଣା ପଡ଼ିଛି । ଏହା ସହ ଫେରାର ଥିବା ଯୁବକଙ୍କୁ ମଧ୍ୟ ଖୋଜିବା ଆରମ୍ଭ କରିଛି ମୁମ୍ବାଇ ପୁଲିସ ।

ସମ୍ବନ୍ଧିତ ଖବର