ନୂଆଦିଲ୍ଲୀ: ମଣିଷ ମାରି ତାଙ୍କ ମାଂସ ଖାଉଥିବା ଅଭିଯୋଗରେ ରୁଷିଆ ପୁଲିସ୍‌ ଏକ ରୁଷୀୟ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ମଣିଷ ହତ୍ୟା କରି ତାହାକୁ ଖାଉଥିଲେ ଓ ବଳକା ମାଂସକୁ ଫ୍ରିଜ୍‌ରେ ରଖୁଥିଲେ ବୋଲି ଅଭିଯୋଗ ହୋଇଛି। ସୂଚନା ମିଳିଛି କି ୧୯୯୯ ମସିହାରୁ ନେଇ ଏବେ ସୁଦ୍ଧା ଦମ୍ପତ୍ତି ସମୁଦାୟ ୩୦ ଜଣ ଲୋକଙ୍କ ମାଂସ ଖାଇସାରିଲେଣି।

Advertisment

ଉଲ୍ଲେଖଯୋଗ୍ୟ, ଦକ୍ଷିଣ ରୁଷିଆର କ୍ରାସନୋଦୋରଠାରେ ରହୁଥିବା ୩୫ ବର୍ଷିଅ ବ୍ୟକ୍ତି ଏବଂ ତାଙ୍କର ୪୨ ବର୍ଷୀୟା ପାର୍ଟନର୍‌ ଏହି କାର୍ଯ୍ୟ ଅନେକ ବର୍ଷ ହେବ କରି ଆସୁଛନ୍ତି। ଦିନେ ପୁଲିସ୍‌ ଅଭିଯୁକ୍ତ ମ୍ୟାଟ୍‌(ଛଦ୍ମନାମ)ଙ୍କର ଏକ ସେଲ୍‌ଫି ବାକ୍‌ଗ୍ରାଉଣ୍ଡ୍‌ରେ ଏକ ମହିଳାଙ୍କର ବିଖଣ୍ଡିତ ଶରୀର ଦେଖିବାକୁ ପାଇଥିଲା। ଏହାକୁ ଦେଖିବା ପରେ ପୁଲିସ୍‌ ତତନ୍ତ ଆରମ୍ଭ କରିଥିଲା। ତଦନ୍ତ କରି ପୁଲିସ୍‌ ଦିନେ ମ୍ୟାଟ୍‌ଙ୍କ ଘର ଚଢ଼ାଉ କରିବାରୁ ସେଠାରେ ମଣିଷ ଅଙ୍ଗ ମିଳିଥିଲା। ପ୍ରଥମେ ମ୍ୟାଟ୍‌ ଏହି କଥାକୁ ଫାଙ୍କି ଦେବାକୁ ଚେଷ୍ଟା କରିଥିବା ବେଳେ ତାଙ୍କ ପାର୍ଟନର ମ୍ୟାରି(ଛଦ୍ମନାମ) ପୁଲିସ୍‌ ଆଗରେ ସତ ସ୍ୱୀକାର କରିଥିଲେ। ସେ ୧୯୯୯ ମସିହାରୁ ଏପରି ମଣିଷ ମାଂସ ଭକ୍ଷଣ କରି ଆସୁଛନ୍ତି ବୋଲି ପୁଲିସ୍‌କୁ କହିଥିଲେ।