ଅନର୍‌ କିଲିଂ! ଝିଅର ପ୍ରେମ ସଂପର୍କ ବିରୋଧରେ ଯାଇ ନବମ ଶ୍ରେଣୀ ନାବାଳିକାର ହତ୍ୟା କଲେ ବାପାମାଆ

ମାଲଦା: ମାଲଦାର ଏକ ଦମ୍ପତି ତାଙ୍କ ୧୬ ବର୍ଷୀୟା ଝିଅକୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି। ମୃତକ ନାବାଳିକା ଜଣେ ପୁଅ ସହ ପ୍ରେମ ସଂପର୍କରେ ଥିବା ନେଇ ଦମ୍ପତି ନିଜର ସମ୍ମାନ ବଞ୍ଚାଇବାକୁ ଏପରି ନିଷ୍ପତ୍ତି ନେଇଥିିବା ଜାଣିବାକୁ ମିଳିଛି। ଏହା ଏକ ଅନର କିଲିଂ ବୋଲି ସନ୍ଦେହ କରାଯାଉଛି।

ଏହି ଘଟଣାର ତଦନ୍ତ କରି ପୁଲି୍‌ ମୃତକ ନାବାଳିକାର ଘରକୁ ଯାଇ ବାପା ଧୀରେନ ମଣ୍ଡଳ ଓ ମାଆ ସୁମତି ମଣ୍ଡଳଙ୍କୁ ଗିରଫ କରିଛି।

ନାବାଳିକା ଜଣକ ଅଚିନ୍ତ୍ୟ ମଣ୍ଡଳ ନାମକ ଏକ ପୁଅ ସହ ପ୍ରେମ ସଂପର୍କରେ ଥିଲେ। ପୁଲିସ୍‌ର କହିବା ମୁତାବକ ଝିଅର ପ୍ରେମ ସଂପର୍କକୁ ବାପାମାଆ ବିରୋଧ କରୁଥିଲେ।

ଫଳରେ ନିଜର ସମ୍ମାନ ବଞ୍ଚାଇବାକୁ ଯାଇ ଏହି ଦମ୍ପତି ନବମ ଶ୍ରେଣୀରେ ପଢୁଥିବା ତାଙ୍କ ଝିଅର ହତ୍ୟା କରି ମୃତ ଶରୀରକୁ ଏକ ବ୍ୟାଗ୍‌ରେ ପୂରାଇ ଗଙ୍ଗାରେ ଭସାଇ ଦେଇଥିଲେ।

ଦମ୍ପତିଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ଗଙ୍ଗାରୁ ମୃତଦେହ ଉଦ୍ଧାର ପାଇଁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର