ନୂଆଦିଲ୍ଲୀ: ମେଟ୍ରୋରେ ପ୍ରେମୀଯୁଗଳଙ୍କ ଲିପ୍ଲକ୍ ଚୁମ୍ବନର ଭିଡିଓ ପୁଣି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ପ୍ରେମୀଯୁଗଳ ମେଟ୍ରୋରେ ଲୋକମାନେ ଥିବା ସମୟରେ ସିଟ୍ରେ ବସି ଉଭୟ ଉଭୟଙ୍କୁ ଚୁମ୍ବନ ଦେଉଛନ୍ତି। ଏହି ସମୟରେ ତାଙ୍କ ସାମ୍ନାରେ ବସିଥିବା ଜଣେ ଯାତ୍ରୀ ଏହି ଘଟଣାର ଦୃଶ୍ୟକୁ ନିଜ ଫୋନରେ କୈଦ କରି ନେଇଥିଲେ।
ହ୍ଵାଟସ୍ ଆପ୍, ଇନ୍ଷ୍ଟାଗ୍ରାମ୍, ଫେସ୍ବୁକ୍ ଓ ୟୁଟୁବ୍ରେ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓକୁ ଏଯାବତ ଅନେକ ଲୋକ ଦେଖି ସାରିଲେଣି। ତେବେ ଏହି ଭିଡିଓ କେଉଁ ମେଟ୍ରୋର ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। କିଛି ସୋସିଆଲ ସାଇଟ ଏହି ଭିଡିଓକୁ ଦିଲ୍ଲୀ ମେଟ୍ରୋର ବୋଲି କହୁଛନ୍ତି।
ତେବେ ଏହା ପ୍ରଥମ ଘଟଣା ନୁହେଁ କି କୌଣସି ପ୍ରେମୀଯୁଗଳ ମେଟ୍ରୋରେ ଚୁମ୍ବନ କରୁଥିବା ସମୟରେ ନଜର ଆସିଛନ୍ତି। ଏଯାବତ ଦେଶର ଅନେକ ମେଟ୍ରୋରେ ଏମିତି ଘଟଣା ବହୁବାର ସାମ୍ନାକୁ ଆସିଛି। କିଛିଦିନ ତଳେ ଦିଲ୍ଲୀ ମେଟ୍ରୋରେ ଏଭଳି ଏକ ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ ହୋଇଥିଲା।