ଟ୍ରେନର ଯାତ୍ରୀ ହୋଇ ୫୦୦ରୁ ଅଧିକ ଚୋରି କରିଥିଲେ ଦମ୍ପତି, ୪ ବର୍ଷ ପରେ ଗିରଫ କଲା ପୁଲିସ

ଜବଲପୁର : ୪ ବର୍ଷ ହେଲା ଜବଲପୁର ରେଳ ଷ୍ଟେସନରୁ ଚୋରି କରି ଆସୁଥିଲେ ଦମ୍ପତି । ୪ବର୍ଷ ମଧ୍ୟରେ କରିଥିଲେ ୫୦୦ରୁ ଅଧିକ ଚୋରି । ୫୦୦ରୁ ଅଧକ ଚୋରି କରି ମଧ୍ୟ ଗିରଫ କରିପାରୁ ନ ଥିଲା ପୁଲିସ । ଶେଷରେ ରହୁଥିବା ଭଡ଼ା ଘରୁ ରବିବାର ଦୁଇ ଜଣଙ୍କୁ ଗିରଫ କରିବାରେ ସରକାରୀ ରେଳ ପୁଲିସ ସଫଳ ହୋଇଛି । ଗିରଫ ହେବା ପରେ ସେମାନେ କିପରି ଜବଲପୁର ରେଳଷ୍ଟେସନରୁ ବିହାର ଏବଂ ଝାଡ଼ଖଣ୍ଡ ଯାଉଥିବା ଯାତ୍ରୀଙ୍କୁ ଲୁଟୁଥିଲେ ସେ ବିଷୟରେ ପୁଲିସକୁ ଜଣାଇଛନ୍ତି ।
କ୍ରିପାଲ ଚୌକ୍‌ରେ ରହୁଥିବା ଅଭିଯୁକ୍ତ ମନୋଜ ଗୁପ୍ତା ଏବଂ ତାଙ୍କ ସ୍ତ୍ରୀ ପୂଜା ଗୁପ୍ତା ଲୋକମାନଙ୍କୁ ବୋକା ବନାଇ ଚୋରି କରୁଥିବା କହିଛନ୍ତି ।

Business Standard

ମନୋଜଙ୍କ କହିବା ଅନୁଯାୟୀ, ଯେତେବେଳେ ବିହାର ବା ଝାଡ଼ଖଣ୍ଡ ଯାଉଥିବା ଟ୍ରେନ୍‌ ଆସି ଜବଲପୁର ଷ୍ଟେସନରେ ଲାଗେ ସେତେବେଳେ ମନୋଜ ଟ୍ରେନ୍‌ ଭିତରକୁ ଯାତ୍ରୀ ହୋଇ ଯାଇ ଅନ୍ୟ ଯାତ୍ରୀ ସହ କଥା ବାର୍ତ୍ତା ହୋଇ ବନ୍ଧୁତା ସ୍ଥାପନ କରିଥାନ୍ତି । ପରେ ତାଙ୍କ ସ୍ତ୍ରୀ ଭିତରକୁ ଅନ୍ୟ ଯାତ୍ରୀ ହିସାବରେ ଯାଇ ମୋତେ ଟିକେଟ କିଣି ଆଣି ଦିଅନ୍ତୁ ବୋଲି କହିଥାନ୍ତି । ମହିଳାଙ୍କୁ ସାହାଯ୍ୟ କରିବା କହି ମନୋଜ ଅନ୍ୟ ଯାତ୍ରୀ ସହ ଟିକେଟ ଆଣିବାକୁ ଷ୍ଟେସନର ଟିକେଟ କାଉଣ୍ଟରକୁ ଟିକେଟ ଆଣିବାକୁ ଚାଲି ଯାଇଥାନ୍ତି । ଏହି ସମୟ ଭିତରେ ପୂଜା ଯାତ୍ରୀ ଛାଡ଼ି ଯାଇଥିବା ସବୁ ଜିନିଷ ଚୋରି କରି ଘରକୁ ଚାଲି ଯାଇଥାନ୍ତି ବୋଲି ମନୋଜ ସ୍ୱୀକାର କରିଛନ୍ତି । ପୂର୍ବରୁ ଦୁଇ ଜଣଙ୍କ ବିରୋଧରେ ଅନେକ ମାମଲା ରୁଜୁ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିବା ପାଇଁ ପୁଲିସକୁ ୪ବର୍ଷ ସମୟ ଲାଗିଥିଲା ।

ସମ୍ବନ୍ଧିତ ଖବର